ଓଡିଶା

odisha

ETV Bharat / state

ଝାରପଡ଼ା ଓଭରବ୍ରିଜ ଉପରେ ବୋମାମାଡ ଘଟଣା, ୫ ଅଭିଯୁକ୍ତ ଗିରଫ - ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ

ଲକ୍ଷ୍ମୀସାଗର ଝାରପଡା ବ୍ରିଜରେ ବୋମା ମାଡ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

jharapada overbridge bombing case
jharapada overbridge bombing case

By

Published : Mar 2, 2023, 8:53 AM IST

jharapada overbridge bombing case

ଭୁବନେଶ୍ବର:ଲକ୍ଷ୍ମୀସାଗର ଝାରପଡା ବ୍ରିଜରେ ବୋମା ମାଡ ଘଟଣା । ବୋମା ମାଡ କରି ଫେରାର ଥିବା ଅପରାଧୀ ଗିରଫ । ଏହି ଘଟଣାରେ ପାରାଦୀପ, ଖୋର୍ଦ୍ଧା, ବୋଲଗଡ, ଓଡ଼ଗାଁ ଆଦି ଅଞ୍ଚଳରୁ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ନାଉଗାଁ ଅଞ୍ଚଳର ଶୁଭମ ଦାସ, ବୋଲଗଡ଼ର ଦିବ୍ୟଜ୍ୟୋତି ରାଉତ,ଖୋର୍ଦ୍ଧାର ସୁଦୀପ୍ତ ସାମନ୍ତରାୟ ଓରଫ ଦିପୁ, ପାରାଦୀପ ବିଜୟ ଭାରତ ମହାପାତ୍ର ଓ ସିଦ୍ଧାନ୍ତ ମହାପାତ୍ର ଓରଫ ଟିନା ଏମାନଙ୍କୁ ବୋମା ଫିଙ୍ଗିବା ଭଳି ସଙ୍ଗୀନ ମାମଲାରେ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସିପି ଜୋନ ୪ ଏସଏନ୍ ମୁଦୁଲି ।

ସୂଚନା ମୁତାବକ, ଏହି ବୋମା ମାଡ ବ୍ୟବସାୟୀ ଶତୃତା ପାଇଁ ହୋଇଥିବା ଜଣାପଡିଛି । ଗତ ୧୭ତାରିଖ ରାତିରେ ଓଭରବ୍ରିଜ ଉପରେ ଯାଉଥିବା କାର ଉପରକୁ ବୋମା ଫିଙ୍ଗି ଥିଲେ ଦୁର୍ବୃତ୍ତ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ପୋଲିସ ଜାଣିବାକୁ ପାଇଥିଲା ଯେ ଦୁର୍ଯ୍ୟୋଧନ ନାୟକ ଓରଫ ଟୁଆ ଯିଏକି ଓଲ୍ଡ ଟାଉନର ଏବଂ ତାଙ୍କ ଭାଇର ଅନେକ ଟ୍ରଲର ଓ ଟ୍ରକ ସମେତ ମେସିନ‌ ରହିଛି । ଯାହାକୁ ନେଇ ଶକ୍ତିକାନ୍ତ ବଟୁ ନାମକ କଣ୍ଟ୍ରାକ୍ଟର ନେଇ ଶ୍ରୀ ୟୁନିଭରସିଟି ପାଖେ ଏକ କାମରେ ଲଗାଇଥିଲେ । ହେଲେ ଏଥିପାଇଁ ଯେଉଁ ଟଙ୍କା ଦେବା କଥା ତାକୁ ବାକି ରଖିଥିଲେ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ସ୍ୱଚ୍ଛ ଓ ସ୍ୱୟଂଚାଳିତ ହେବ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା

ତେବେ ଏହି ଟଙ୍କା ବାକିକୁ ନେଇ ପୁଅ ସହିତ ବିବାଦ ରହିଥିଲା କଣ୍ଟ୍ରାକ୍ଟର ଗୋଷ୍ଠୀର । ଉଭୟ ପକ୍ଷରୁ ମଧ୍ୟ ସହିଦନଗର ଥାନା ଅଞ୍ଚଳରେ ମଧ୍ୟ କଥାକଟାକଟି ଓ ହାତାହାତି ପରିସ୍ଥିତି ମଧ୍ୟ ଉପୁଜିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପୋଲିସ ଆସିବା ପୂର୍ବରୁ ଆପଶ ବୁଝାମଣା ହୋଇଥିଲା । ଏନେଇ ସେହି ରାଗ ରହିଥିଲା ଯାହାକୁ ନେଇ ଗତ ୧୭ତାରିଖରେ ଟୁଆ କାରରେ ଆସୁଥିବା ବେଳେ ତାଙ୍କ କାର ଉପରକୁ ବୋମା ଫିଙ୍ଗି ଥିଲେ ବିଜୟ ଭାରତ ମହାପାତ୍ର । ଏଥିସହ କିଛି ଭଡ଼ାଟିଆଙ୍କୁ ଆଣି ଏପରି ବୋମା ଫିଙ୍ଗି ମାରିବାର ଉଦ୍ୟମ କରିଥିଲେ । ଯାହାକୁ ନେଇ ଏହି ବୋମାମାଡ ଘଟଣାର‌ ପର୍ଦ୍ଦାଫାସ ପୋଲିସ କରିବା ସହ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।


ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details