ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ତହସିଲ ଅଞ୍ଚଳରେ ଚୋରା ମାଙ୍କଡା ପଥର କାରବାର ବୃଦ୍ଧି ପାଉଛି । ତେବେ ମଙ୍ଗଳବାର ଏହି ଅଞ୍ଚଳରେ ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ବେଳେ 4ଟି ମାଙ୍କଡା ପଥର ବୋଝେଇ ଟ୍ରକ୍କୁ ବେଗୁନିଆ ତହସିଲଦାର ଜବତ କରିଛନ୍ତି ।
ବେଗୁନିଆ ଅଞ୍ଚଳରେ ବେଆଇନ ଭାବେ ଚୋରା ଚାଲାଣ ସମ୍ପର୍କରେ ଅଭିଯୋଗ ହୋଇ ଆସୁଛି । ରାଜସ୍ବ ବିଭାଗର ଅଜାଣତରେ ଟାଙ୍ଗରା ଭୂଇଁକୁ କାଟି କୋଟି କୋଟି ଟଙ୍କାର ପଥର ଦୃବୁର୍ତ୍ତ ଲୁଟି ନେଉଛନ୍ତି । ମଙ୍ଗଳବାର ବେଗୁନିଆ ତହସିଲ ଅଞ୍ଚଳର ବିଞ୍ଚଣା ଖଣିରେ ବେଧଡକ ପଥର କଟାଯାଉଥିବା ନେଇ ତହସିଲଦାର ଖବର ପାଇ ଚଢାଉ କରିଥିଲେ ।