ଖୋର୍ଦ୍ଧା: ଜଟଣୀ ଥାନା ଅଞ୍ଚଳରୁ ଚାରିଜଣ ଡ଼କାୟତଙ୍କୁ ଗିରଫ କରିଛି ଜଟଣୀ ପୋଲିସ । ଡକାୟତ ଯୋଜନା କରୁଥିବାବେଳେ ପୋଲିସ ବିପୁଳ ପରିମାଣରେ ମାରଣାସ୍ତ୍ର ସହ 4 ଜଣଙ୍କୁ ଗିରଫ କରିଛି ।
ଚାରି ଡକାୟତକୁ ଗିରଫ କଲା ଜଟଣୀ ପୋଲିସ - khurdha latest news
ଜଟଣୀ ଥାନା ଅଞ୍ଚଳରୁ ଡକାୟତ ଯୋଜନା କରୁଥିବାବେଳେ ପୋଲିସ ବିପୁଳ ପରିମାଣରେ ମାରଣାସ୍ତ୍ର ସହ 4 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...
ଚାରି ଡକାୟତକୁ ଗିରଫ କଲା ଜଟଣୀ ପୋଲିସ
ଚାରି ଡକାୟତକୁ ଗିରଫ କଲା ଜଟଣୀ ପୋଲିସ
ସୂଚନା ଅନୁଯାୟୀ ଜଟଣୀ ଆଇଆଇଟି ତରାବୋଇ ରାସ୍ତାରେ ଡକାୟତି ପାଇଁ ଉଦ୍ୟମ କରୁଥିବା ସମୟରେ ଜଟଣୀ ପୋଲିସ ଚଢ଼ାଉ କରି ଚାରିଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ନିକଟରୁ ପୋଲିସ ଖଣ୍ଡା, ଭୁଜାଲି,ଲୁହା ରଡ଼ ଜବତ କରିଛି । ଗିରଫ ଡକାୟତ ମାନେ ମୁଣ୍ଡିଆ ସାହିର ସେକ ଆଜମି,ରାଜାବଜାର ଅଞ୍ଚଳର ରେହମତ ସରିଫ, ବଡନୂଆଗାଁର ରଞ୍ଜନ ବାରିକ ଓ ପଦନପୁରର ରଘୁନାଥ ଦାସ ବୋଲି ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ,ଇଟିଭି ଭାରତ