ଓଡିଶା

odisha

ETV Bharat / state

ବନ୍ଧନ ବ୍ୟାଙ୍କ ଏଜେଣ୍ଟଙ୍କୁ ଲୁଟ୍ ଘଟଣା, 4 ଗିରଫ - ବ୍ୟାଙ୍କ ଏଜେଣ୍ଟ ପାଖରୁ ଲୁଟ୍

ବନ୍ଧନ ବ୍ୟାଙ୍କ ଏଜେଣ୍ଟଙ୍କ ଠାରୁ ଟଙ୍କା ଲୁଟ କରିଥିବା 4 ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସପି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Aug 28, 2019, 7:14 PM IST

ଖୋର୍ଦ୍ଧା: ଦିନ ଦିପହରରେ ଖୋର୍ଦ୍ଧା ବନ୍ଧନ ବ୍ୟାଙ୍କ ଏଜେଣ୍ଟଙ୍କ ଠାରୁ ଟଙ୍କା ଲୁଟ କରିଥିବା 4 ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି ସ୍ଥାନୀୟ ପୋଲିସ । ଦୁର୍ବୃତ୍ତଙ୍କୁ ଗତକାଲି (ମଙ୍ଗଳବାର) ରାତିରେ ପୋଲିସ ଗିରଫ କରିଥିବା ବେଳେ ଆଜି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଏସପି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଗିରଫ ଡକାୟତମାନେ ହେଲେ ରଣପୁର ଅଞ୍ଚଳର ବାଦଲ ଘଡେଇ, ରାକେଶ ଘଡେଇ ଏବଂ ଓଡ଼ଗାଁ ଅଞ୍ଚଳର ସାନୁ ପ୍ରଧାନ, ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ଶିତେଶ ବରିସଲ । ସେମାନଙ୍କଠାରୁ ପୁଲିସ୍ ଲୁଟ୍ ଟଙ୍କା, ମୋବାଇଲ, ଭୁଜାଲି, ଗୋଟିଏ କାର ଓ ଏକ ମୋଟର ସାଇକେଲ ଜବତ କରିଛି । ସୂଚନାଯୋଗ୍ୟ, ଗତ 26 ତାରିଖ ଅପରାହ୍ନରେ ବନ୍ଧନ ବ୍ୟାଙ୍କ ଏଜେଣ୍ଟ ଟଙ୍କା ଡିପୋଜିଟ ପାଇଁ ବ୍ୟାଙ୍କକୁ ଆସୁଥିବା ସମୟରେ ଲୁଟର ଶିକାର ହୋଇଥିଲେ। ଦୁଇଟି ମୋଟର ସାଇକେଲରେ 4 ଜଣ ଦୁର୍ବୃତ୍ତ ଆସି ଏଜେଣ୍ଟଙ୍କ ଠାରୁ 26 ହଜାର ଟଙ୍କା ଓ ତାଙ୍କ ମୋବାଇଲ ଫୋନ୍ ଲୁଟି ନେଇଥିଲେ । ଏନେଇ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ଦାୟର ହୋଇଥିଲା । ଏହାପରେ ପୋଲିସ ସୁଚିନ୍ତିତ ଜାଲ ବିଛାଇ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଗିରଫ ଅପରାଧୀଙ୍କ ନାଁରେ ନୟାଗଡ଼ ଜିଲ୍ଲାର ଚାନ୍ଦପୁର ଥାନା ଓ ରଣପୁର ଥାନାରେ ଅନେକ ମାମଲା ଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details