ଖୋର୍ଦ୍ଧା:ଆଉ ଘରୋଇ ସ୍କୁଲକୁ ଯାଇ ଖର୍ଚ୍ଚାନ୍ତ ହେବେନି ଅଭିଭାବକ । କାରଣ ଘରୋଇ ସ୍କୁଲ ଠାରୁ ଅଧିକ ସୁବିଧା ସୁଯୋଗ ମିଳିବ ସରକାରୀ ସ୍ମାର୍ଟ ସ୍କୁଲରେ । ଯେଉଁଠି ଗରିବ ପିଲାଙ୍କୁ ମିଳିବ ମାଗଣାରେ ଅନେକ ସୁବିଧା । ଏଣିକି ସ୍ମାର୍ଟ ସ୍କୁଲର ସ୍ମାର୍ଟ କ୍ଲାସ ରୁମରେ ପାଠ ପଢି ସ୍ମାର୍ଟ ହେବେ ଛାତ୍ରଛାତ୍ରୀ । ଡିଜିଟାଲ କ୍ଲାସରୁମ, ଇ ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନଗାର, ସ୍ମାର୍ଟ ଖେଳ ପଡିଆ ,ସ୍ମାର୍ଟ ଶୌଚାଳୟ ଭଳି ଅନେକ ସୁବିଧା ଏବେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପଲବ୍ଧ ହେବ ।
ଏହି ସବୁ ସୁବିଧା ଏବେ ଉପଲବ୍ଧ ହୋଇଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଚନ୍ଦ୍ରଶେଖରଦେବ ସରକାରୀ ଉଚ୍ଚବିଦ୍ୟାଳୟରେ । ସରକାରଙ୍କ ୫‘ଟି’ ଅଧିନରେ ଏହି ସ୍କୁଲ ଏବେ ସ୍ମାର୍ଟ ସ୍କୁଲରେ ପରିବର୍ତ୍ତନ ହୋଇଛି । ଫଳରେ ସୁସ୍ଥ ଓ ଶୈକ୍ଷିକ ପରିବେଶ ସ୍କୁଲ ଆସୁଥିବା ପିଲାଙ୍କୁ ଆକୃଷ୍ଟ କରୁଛି । ଏହି ସ୍କୁଲର ଥିବା ଅତ୍ୟାଧୁନିକ ସୁବିଧା ସୁଯୋଗ ପିଲାଙ୍କ ପାଠପଢ଼ାରେ ସହାୟକ ହେବା ସହ ସେମାନଙ୍କୁ ଭବିଷ୍ୟତରେ ଅଧିକ ସହାୟକ ହେବବୋଲି କହିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।