ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପାଇଁ 36ଟି ଟ୍ରେନ୍ ବାତିଲ କରାଯାଇଛି । 2ଟି ଟ୍ରେନ୍ ସାମୟିକ ବାତିଲ କରାଯାଇଥିବା ବେଳେ 3ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି । ତେବେ ରେଳ ଲାଇନ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା କାରଣରୁ ଏହି ସମସ୍ତ ଟ୍ରେନ୍କୁ ବାତିଲ କରାଯାଇଥିବା ଜଣାପଡିଛି । ଆଜି ସାଲିମାର ପୁରୀ ଏକ୍ସପ୍ରେସ ଟ୍ରେନ୍ ବାତିଲ ହୋଇଥିବା ଜଣାପଡିଛି ।
ଆସନ୍ତାକାଲି ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା:
ଆସନ୍ତାକାଲି ଜଳେଶ୍ଵର ପୁରୀ ପାସେଞ୍ଜର, ପୁରୀ ଜଳେଶ୍ଵର ପାସେଞ୍ଜର୍, ପୁରୀ ବାଙ୍ଗିରିପୋଷି ଏକ୍ସପ୍ରେସ, ଖଗଡପୁର ଖୋର୍ଦ୍ଧା ଏକ୍ସପ୍ରେସ, ଖୋର୍ଦ୍ଧା ରୋଡ଼ ଖଡ଼ଗପୁର ଏକ୍ସପ୍ରେସ, ବାଲେଶ୍ଵର ଭୁବନେଶ୍ଵର ପାସେଞ୍ଜର୍, ଭୁବନେଶ୍ଵର ବାଲେଶ୍ଵର ପାସେଞ୍ଜର, ବାଲେଶ୍ଵର ଭଦ୍ରକ ପାସେଞ୍ଜର, ଭଦ୍ରକ ବାଲେଶ୍ବର ପାସେଞ୍ଜର, ସାଲିମାର ପୁରୀ ଏକ୍ସପ୍ରେସ ଏବଂ ହାଇଦ୍ରାବାଦ ସାଲିମାର ଏକ୍ସପ୍ରେସ ବାତିଲ ହୋଇଛି। ସେହିପରି ହାୱଡା ତିରୁପତି ଏକ୍ସପ୍ରେସ, ହାୱଡା ଭୁବନେଶ୍ଵର ଜନ ଶତାବ୍ଦୀ, ପୁରୀ ହାୱଡା ଶତାବ୍ଦୀ, ସାଲିମାର ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ, ଖଡ଼ଗପୁର ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ, ହାୱଡା ଭଦ୍ରକ ଏକ୍ସପ୍ରେସ, ସାଲିମାର ପୁରୀ ଏକ୍ସପ୍ରେସ, ପୁରୀ ସାଲିମାର ଏକ୍ସପ୍ରେସ, ପୁରୀ ପାଟନା ସ୍ପେଶାଲ ଏକ୍ସପ୍ରେସ, ପୁରୀ ଦୀଘା ଏକ୍ସପ୍ରେସ, ବାଙ୍ଗାଲୁର କାମାକ୍ଷା ଏକ୍ସପ୍ରେସ, ବେଙ୍ଗାଲୁରୁ ଭାଗଲପୁର ଏକ୍ସପ୍ରେସ ଏବଂ କନ୍ୟାକୁମାରୀ ହାୱଡା ଏକ୍ସପ୍ରେସ୍ ଆଦି ଆସନ୍ତାକାଲି ବାତିଲ ରହିବ।
11 ତାରିଖ ଦିନ ବାତିଲ ହେବାକୁ ଥିବା ଟ୍ରେନ ଗୁଡ଼ିକ ହେଲା: