ଓଡିଶା

odisha

By

Published : Jan 4, 2022, 4:03 PM IST

ETV Bharat / state

ନାଇଜର କ୍ୟାମ୍ପସରେ ୩୧ ଛାତ୍ରଛାତ୍ରୀ କୋରୋନା ପଜିଟିଭ

ଭୁବନେଶ୍ବର ନାଇଜର କ୍ୟାମ୍ପସରେ ପଶିଲା କୋରୋନା । ୩୧ ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ନାଇଜର କ୍ୟାମ୍ପସରେ 31 କୋଭିଡ ପଜେଟିଭ
ନାଇଜର କ୍ୟାମ୍ପସରେ 31 କୋଭିଡ ପଜେଟିଭ

ଖୋର୍ଦ୍ଧା:ରାଜ୍ୟରେ ଏବେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ୫୦୦ ପାର୍ କରୁଛି ଦୈନିକ ପଜିଟିଭ ମାମଲା । ପ୍ରତ୍ୟେକ ଦିନ ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ ରେଟ୍ ଅଧିକ ରହୁଥିବାବେଳେ ଏବେ ଚିନ୍ତା ବଢାଇଛି ଜଟଣୀସ୍ଥିତ ନାଇଜର । ନାଇଜର କ୍ୟାମ୍ପସରୁ ଗୋଟିଏ ଦିନରେ ୩୧ ଜଣ ଛାତ୍ରଛାତ୍ରୀ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଗତମାସରେ ଆସି କ୍ୟାମ୍ପସ ଭିତରେ ସଙ୍ଗରୋଧରେ ଥିବା ସୂଚନା ମିଳିଛି ।

କ୍ଵାରେଣ୍ଟାଇନରେ ଥିବା ଛାତ୍ରଛାତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ବେଳେ ସେମାନେ ପରସ୍ପର ମଧ୍ୟରେ ମିଳାମିଶା କରିଥିବାରୁ ସେଠାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ଆଶଙ୍କା କରାଯାଉଛି । ଦୁଇ ଦିନ ତଳେ ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ 31ଜଣ କୋଭିଡରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିଛି । ଚିହ୍ନଟ ସମସ୍ତ ଆକ୍ରାନ୍ତ ପ୍ରଥମ ବର୍ଷର ଛାତ୍ର ହୋଇଥିବା ଜଣାପଡିଛି ।

ସେହିପରି କ୍ୟାମ୍ପସର ଗୋଟିଏ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସମସ୍ତ ଆକ୍ରାନ୍ତମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ନାଇଜର ପକ୍ଷରୁ ସୂଚନା ମିଳିଛି । ଏକାସାଙ୍ଗରେ ଏତେସଂଖ୍ୟକ କୋଭିଡ ପଜିଟିଭ ମାମଲା ପ୍ରକାଶ ପାଇବା ନେଇ ଜଟଣୀ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଖୋର୍ଦ୍ଧାର ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details