ଓଡିଶା

odisha

ETV Bharat / state

୩୦୦ଲିଟର ଦେଶୀ ମଦ ଜବତ: ଦୁଇ ମହିଳା ଗିରଫ

ଦେଶୀ ମଦ କାରବାର କରି ଅବକାରୀ ବିଭାଗ ପଞ୍ଝାରେ ଦୁଇ ମହିଳା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ 300ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ...

By

Published : Jan 28, 2021, 10:48 AM IST

ଦୁଇ ମହିଳା ଗିରଫ
ଦୁଇ ମହିଳା ଗିରଫ

ଖୋର୍ଦ୍ଧା: ପଣ୍ଡ ହେଲା ଦେଶୀ ମଦ କାରବାର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବେଆଇନ ଭାବରେ ଚାଲିଥିବା ଦେଶୀ ମଦ କାରଖାନା ଉପରେ ଚଢାଉ ହୋଇଛି । ଚଢାଉରେ 300ଲିଟର ଦେଶୀ ମଦ ଜବତ କରିଛି ପୋଲିସ ।

ଦୁଇ ମହିଳା ଗିରଫ

ସୂଚନାଅନୁସାରେ, ବାଣପୁର ଅଞ୍ଚଳରେ ଅନେକ ଦିନ ହେବ ବେଆଇନ ଦେଶୀ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଗୁରୁବାର ସକାଳେ ବାଣପୁରର ବିଭିନ୍ନ ଅଞ୍ଚଳରେ ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ବରେ ଗଠିତ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢାଉ ହୋଇଥିଲା ।

ଚଢାଉରେ 300ଲିଟର ଦେଶୀ ମଦ ଜବତ କରିବା ସହିତ ଦୁଇଜଣ ମହିଳାଙ୍କୁ ଗରଫ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ଭୁବନେଶ୍ବର ଅବକାରୀ ବିଭାଗର ସବ ଇନ୍ସପେକ୍ଟର ଅଶୁଂମାନ ଜେନା ଓ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ସାମିଲ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details