ଖୋର୍ଦ୍ଧା: ଲକଡାଉନରେ ମାତିଲେଣି ନିଶା ମାଫିଆ । ପୋଲିସକୁ ଚ୍ୟାଲେଞ୍ଜ ଦେଇ ଗଳିକନ୍ଦିରେ ବେପାର ଚାଲିଛି ଧଳା ଜହର କାରବାର ।
ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର, ନଗଦ ଟଙ୍କା ଜବତ: ମହିଳା ଗିରଫ - 30-gram-brawnsugar-seized
ଲକଡାଉନରେ ମାତିଲେଣି ନିଶା ମାଫିଆ । ଆଜି ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଦର୍ଶ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ ଖୋର୍ଦ୍ଧା ସ୍ବପ୍ନେଶ୍ବର ସାହିରେ ଚଢାଉ କରି 30 ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଅଧିକ ପଢନ୍ତୁ...
ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର-ନଗଦ ଟଙ୍କା ଜବତ : ମହିଳା ଗିରଫ
ଆଜି(ବୁଧବାର) ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଦର୍ଶ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ ଖୋର୍ଦ୍ଧା ସ୍ବପ୍ନେଶ୍ବର ସାହିରେ ଚଢାଉ କରି 30 ଗ୍ରାମର ବ୍ରାଉନସୁଗାର ଓ ନଗଦ 1 ଲକ୍ଷ 880 ଟଙ୍କା ଜବତ କରିଛି । ଏଥିସହିତ ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କୁ ଗିରଫ କରିଛି ।
ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ 3 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ମହିଳା ଜଣକ ଟୁନି ଦଳେଇ ବୋଲି ପୋଲିସ କହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ