ଖୋର୍ଦ୍ଧା: ବ୍ରାଉନସୁଗାର ବେପାରରେ ମହିଳା । ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳା ଅଭିଯୁକ୍ତକୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ । ସୂଚନାମୁତାବକ, ଆଜି(ବୁଧବାର) ସକାଳେ ଟାଉନ ଥାନା ଅନ୍ତର୍ଗତ ସାମନ୍ତରାୟପୁର ଅଞ୍ଚଳର ସ୍ଵପ୍ନେଶ୍ଵର ସାହିରେ ବ୍ରାଉନସୁଗାର କାରବାର ଚାଲିଥିବାର ବିଶ୍ବସ୍ତ ସୂତ୍ରରୁ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଖବର ପାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଏସଡ଼ିପିଓ ଏବଂ ଆଦର୍ଶ ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ତୁରନ୍ତ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ବ୍ରାଉନସୁଗାର ବେପାରରେ ମହିଳା: ଲକ୍ଷାଧିକ ଟଙ୍କାର ଧଳାଜହର ଜବତ - ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଟଙ୍କା ଜବତ
ବ୍ରାଉନସୁଗାର ବେପାରରେ ମହିଳା । ତିନି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳାକୁ ଗିରଫ କଲା ଖୋର୍ଦ୍ଧା ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...
![ବ୍ରାଉନସୁଗାର ବେପାରରେ ମହିଳା: ଲକ୍ଷାଧିକ ଟଙ୍କାର ଧଳାଜହର ଜବତ ବ୍ରାଉନସୁଗାର ବେପାରରେ ମହିଳା: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ](https://etvbharatimages.akamaized.net/etvbharat/prod-images/768-512-13404145-thumbnail-3x2-khurdha.jpg)
ବ୍ରାଉନସୁଗାର ବେପାରରେ ମହିଳା: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ
ବ୍ରାଉନସୁଗାର ବେପାରରେ ମହିଳା: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ
ତେବେ ଚଢ଼ାଉ ସମୟରେ ପୋଲିସ ଜଣେ ମହିଳା ଉକ୍ତ ସ୍ଥାନରେ ବୁଲୁଥିବାର ଦେଖିବାକୁ ପାଇଥିଲା। ଏହାପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ପ୍ରତ୍ୟକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ସମ୍ପୃକ୍ତ ମହିଳାଙ୍କ ତଲାସୀ ନେଇଥିଲା ଏବଂ ସେହି ସମୟରେ ୩୦.୦୮ ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୫୨ ହଜାର ଟଙ୍କା ପୋଲିସ ଉକ୍ତ ମହିଳାଙ୍କ ନିକଟରୁ ଜବତ କରିଥିଲା। ଜବତ ବ୍ରାଉନସୁଗରର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ମହିଳା ଜଣକ ସାମନ୍ତରାୟପୁର ଅଞ୍ଚଳ ସ୍ଵପ୍ନେଶ୍ଵର ସାହିର ସରୋଜିନୀ ଧଳ। ପୋଲିସ ଏନେଇ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ