ଭୁବନେଶ୍ବର:ଦୈନିକ ଖବରକାଗଜ 'ସମ୍ବାଦ' ବିରୋଧରେ ଋଣ ଜାଲିଆତି ଅଭିଯୋଗ ଘଟଣା । ଅର୍ଥନୈତିକ ଅପରାଧ ଶାଖା (EOW)ରେ ହାଜର ହେଲେ ଜୟଦେବ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସମେତ ୩ ଅଧିକାରୀ । ଇଓଡବ୍ଲ୍ୟୁର ଏକ ଟିମ ଏମାନଙ୍କୁ ପଚରାଉଚରା କରୁଛି । ସମ୍ପୃକ୍ତ ବ୍ୟାଙ୍କରୁ ଅଧିକାଂଶ ସାମ୍ବାଦିକଙ୍କ ନାଁରେ ଋଣ ଉଠା ଯାଇଥିବା ଅଭିଯୋଗ ହୋଇଛି । ଲୋନ ବେଳେ କେଉଁ ସବୁ ତଥ୍ୟ ଦାଖଲ କରାଯାଇଥିଲା ସେନେଇ ତଥ୍ୟ ସଂଗ୍ରହ କରିବା ଲାଗି ଏହି ଅଧିକାରୀଙ୍କୁ ପଚରାଉଚରା କରୁଛି ଇଓଡବ୍ଲ୍ୟୁ ।
ଏହା ବି ପଢନ୍ତୁ- 'କେତେ ଲୋକଙ୍କୁ ଦଳରୁ ବାହାର କରିବେ, ଆଗାମୀ ଦିନରେ ଜଣାପଡ଼ିବ'
ମିଳିଥିବା ସୂଚନା ଅନୁସାରେ ଇଓଡବ୍ଲ୍ୟୁର ଏକ ଟିମ ଜୟଦେବ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଆଜି (ଗୁରୁବାର) ସକାଳେ ପହଞ୍ଚିଥିଲେ । ସେଠାରେ ଅନେକ କାଗଜପତ୍ର ଯାଞ୍ଚ କରିବା ପରେ ବ୍ରାଞ୍ଚ ମ୍ୟାନେଜର ଓ କିଛି ଅଧିକାରୀଙ୍କୁ ପଚରାଉଚରା କରିଥିଲେ । ଏହାପରେ ମଧ୍ୟାହ୍ନ ସମୟରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ସମେତ ୩ ଅଧିକାରୀ ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାପଡ଼ିଛି ।
ଏହା ବି ପଢନ୍ତୁ- ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର: କଂଗ୍ରେସ