ଓଡିଶା

odisha

ETV Bharat / state

ପୁନଃଯାଞ୍ଚ ହେବ ଉତ୍କଳ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ମାନ, 26ରେ ଆସୁଛି ନାକ୍ ଟିମ୍‌ - utkal university preparation for naac team visit

ପୁଣି ଯାଞ୍ଚ ହେବ ରାଜ୍ୟର ସର୍ବପୁରାତନ ବିଶ୍ବବିଦ୍ୟାଳୟର ନାକ୍(NAAC) ଗ୍ରେଡ । ଆସନ୍ତା 26ରୁ 3 ଦିନିଆ ଉତ୍କଳ ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସୁଛନ୍ତି ନାକ ସଦସ୍ୟ । ଗ୍ରେଡ ବୃଦ୍ଧି ପାଇବା ନେଇ ଆଶାବାଦୀ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

ପୁନଃଯାଞ୍ଚ ହେବ ଉତ୍କଳ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ମାନ, 26ରେ ଆସୁଛି ନାକ୍
ପୁନଃଯାଞ୍ଚ ହେବ ଉତ୍କଳ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ମାନ, 26ରେ ଆସୁଛି ନାକ୍

By ETV Bharat Odisha Team

Published : Sep 23, 2023, 9:02 AM IST

ଭୁବନେଶ୍ବର:ପୁଣି ଯାଞ୍ଚ ହେବ ରାଜ୍ୟର ସର୍ବପୁରାତନ ବିଶ୍ବବିଦ୍ୟାଳୟର ନାକ୍(NAAC) ଗ୍ରେଡ । ଆସନ୍ତା 26ରୁ 3 ଦିନିଆ ଉତ୍କଳ ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଆସୁଛନ୍ତି ନାକ ସଦସ୍ୟ । ଏହି ସମୟରେ କ୍ୟାମ୍ପସର ଭିତ୍ତିଭୂମି, ଶିକ୍ଷାଦାନର ମାନ ସମେତ ଗବେଷଣା ବିଷୟ ଉପରେ ଅନୁଧ୍ୟାନ କରିବେ । ସେମାନଙ୍କ ରିପୋର୍ଟ ଆଧାରରେ ବିଶ୍ବବିଦ୍ୟାଳୟକୁ ମିଳିବ ନାକ୍‌ ଗ୍ରେଡ୍ । ତେବେ ନାକ୍ ଟିମ୍ ଗସ୍ତକୁ ନେଇ ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର ରହିଛି ।

ଆସନ୍ତା ୨୬ ତାରିଖରେ ରାଜ୍ୟର ସର୍ବପୁରାତନ ତଥା ସର୍ବପ୍ରଥମ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ ଗସ୍ତ କରିବେ ନାକ୍(NAAC) ଚିମ୍ । ଏହି 3ଦିନିଆ ଗସ୍ତରେ ଟିମ କ୍ୟାମ୍ପସର ଭିତ୍ତିଭୂମି, ଶିକ୍ଷାଦାନର ମାନ ସମେତ ଗବେଷଣା ବିଷୟ ଉପରେ ଅନୁଧ୍ୟାନ କରିବେ । ସେମାନଙ୍କ ରିପୋର୍ଟ ଆଧାରରେ ବିଶ୍ବବିଦ୍ୟାଳୟକୁ ମିଳିବ ନାକ୍‌ ଗ୍ରେଡ୍ ।

ତେବେ ନାକ୍‌ ଟିମ୍ ଗସ୍ତକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତି ଜୋରଦାର ଚାଲିଛି । ଏଥିପାଇଁ ସ୍ବତନ୍ତ୍ର କମିଟି କରାଯାଇ ଦାୟିତ୍ବ ଦିଆଯାଇଛି । ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାରଙ୍କୁ ନେଇ ପିଜି କାଉନ୍‌ସିଲ ହଲ୍‌ରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନାକ୍‌ ଟିମ୍ ଗସ୍ତ ସମ୍ପର୍କରେ ଆଲୋଚନା ହେବା ସହ କିପରି ବିଶ୍ବବିଦ୍ୟାଳୟକୁ ଉନ୍ନତ ଗ୍ରେଡ୍ ମିଳିବ ତାହା ଉପରେ ଆଲୋଚନା କରାଯାଇଛି ।


ସୂଚନାଯୋଗ୍ୟ , ଏହାପୂର୍ବରୁ ଗତ ଏପ୍ରିଲ ମାସରେ ଉତ୍କଳ ବିଶ୍ବବିଦ୍ୟାଳୟ ପରିଦର୍ଶନ କରିଥିଲେ ନାକ୍‌ ଟିମ୍ । ୨୦୧୬ରେ ‘ଏ+’ ଗ୍ରେଡ୍ ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ୨୦୨୩ରେ ‘ଏ++’ ମିଳିବ ବୋଲି ଆଶା କରାଯାଉଥିଲା। କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ଜୋରଦାର ପ୍ରସ୍ତୁତି କରିଥିଲେ। କିନ୍ତୁ ‘ଏ+’ ବଦଳରେ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍‌ ଖସିଆସିଥିଲା । ଯାହାକୁ ନେଇ ସମାଲୋଚନା ଓ ରାଜନୀତି ଜୋରଦାର ହୋଇଥିଲା । ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ବିରୋଧି । ସରକାରୀ ବିଶ୍ବବିଦ୍ୟାଳୟର ମାନ ତଳକୁ ଖସୁଥିବାରୁ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ବିରୋଧି ।

ଏହାମଧ୍ୟ ପଢନ୍ତୁ..Poster Politics in Utkal University: ପାଣ୍ଡିଆନଙ୍କ ପୋଷ୍ଟର ନିକଟରେ ମହାପୁରୁଷଙ୍କ ପୋଷ୍ଟର ମାରିଲା ABVP

ଏହାମଧ୍ୟ ପଢନ୍ତୁ..ଉତ୍କଳରେ ହ୍ରାସ ପାଇଲା NAAC ମାନ୍ୟତା, ସରକାରଙ୍କୁ ଦାୟୀ କଲେ ପୂର୍ବତନ କୁଳପତି

ତେବେ 2016 ଅପେକ୍ଷା 2023ରେ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ବାତାବରଣଠୁ ନେଇ ଭିତ୍ତିଭୂମି ପର୍ଯ୍ୟନ୍ତ ସବୁଥିରେ ବୃଦ୍ଧି ଘଟିଥିଲେ ମଧ୍ୟ କାହିଁକି ଏହି ଗ୍ରେଡ୍ ତଳକୁ ଖସିଲା ତାକୁ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତାବ୍ୟକ୍ତ କରିଥିଲେ । ତେବେ ଏହାର ପୁନଃସମୀକ୍ଷା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନାକକୁ ଅନୁରୋଧ କରାଯାଇଥିଲା । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆବେଦନକୁ ଗ୍ରହଣ କରି ପୁଣି ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବାକୁ ଯାଉଛି ନାକ୍ ଟିମ୍ ।

ଅନ୍ୟପଟେ ଉତ୍କଳ ବିଶ୍ବବିଦ୍ୟାଳୟ ସହିତ ରାଜ୍ୟର ମହିଳା ବିଶ୍ଵବିଦ୍ୟାଳୟ ରମାଦେବୀ ବିଶ୍ଵବିଦ୍ୟାଳୟ ଓ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ନାକ ଟିମ ପରିଦର୍ଶନ କରିିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ବିଶ୍ବବିଦ୍ୟାଳୟ ଗୁଡିକୁ ନାକ୍ ଟିମ ପରିଦର୍ଶନ କରିବା ପୂର୍ବରୁ ପ୍ରସ୍ତୁତି ଜୋରଦାର ରହିଛି । ଗସ୍ତ ପୂର୍ବରୁ ଭିତ୍ତିଭୂମି ଏବଂ ସମେତ ଅନ୍ୟାନ୍ୟ ପ୍ରସ୍ତୁତି ଶେଷ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡିକୁ ନିର୍ଦ୍ଦେଶ ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details