ଖୋର୍ଦ୍ଧା: ୧୬ ନଂ ଜାତୀୟ ରାଜପଥ ବେଣ୍ଟ ଛକ ନିକଟ ନିର୍ମାଣଧୀନ ଓଭରବ୍ରିଜ ନିକଟରେ ସଡକ ଦୁର୍ଘଟଣା । ମା ନାମକ ଏକ ଘରୋଇ ବସ ଭୁବନେଶ୍ବରରୁ ବାଲୁଗାଁ ଅଭିମୁଖେ ଆସୁଥିବା ବେଳେ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସରେ ଥିବା ୨୨ ଜଣ ଯାତ୍ରୀ ଆହାତ ହୋଇଛନ୍ତି ।
ଆହତମାନଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ଚାନ୍ଦପୁର ବସନ୍ତ ମଞ୍ଚରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ଦୁର୍ଘଟଣାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ୧୬ ନଂ ଜାତୀୟ ରାଜପଥ ଅବରୋଧ କରିଥିବା ଜଣାପଡିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି ।