ଭୁବନେଶ୍ବର: ଡଟ୍ ଫେଷ୍ଟର ଦିତୀୟ ସନ୍ଧ୍ୟାରେ ନାଚିଲା ଭୁବନେଶ୍ୱର। ଓଲିଉଡ ଏବଂ ବଲିଉଡ ଗୀତରେ ଝୁମିଲେ ଦର୍ଶକ । ରୋମାଣ୍ଟିକ ସୁଫି ଓ ପଞ୍ଜାବୀ ହିନ୍ଦୀ ଗୀତର ତାଳେ ତାଳେ ନାଚି ଉଠିଲେ ଦର୍ଶକ । ଡଟ୍ ଫେଷ୍ଟ୍ର ୨ୟ ସନ୍ଧ୍ୟାରେ ହର୍ଷଦୀପ କୌର, ନବରାଜ ହଂସ, ପ୍ରିୟା ମଲିକ୍ ଓ ଦୀପ୍ତିରେଖା ପାଢୀଙ୍କ ଭଳି ପ୍ରଖ୍ୟାତ ଗାୟକଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମେ ଫେଷ୍ଟ ଆରମ୍ଭରୁ ଓଡ଼ିଆ କଣ୍ଠଶିଳ୍ପୀ ଦିପ୍ତିରେଖାଙ୍କ ଗୀତର ଜଲଓ୍ବା ଦେଖିବାକୁ ମିଳିଥିଲା ।
'ଟିକେ ଟିକେ ଅଚିହ୍ନା ତୁ...ଜେମିତି ମୌସୁମୀ..... ଧିମା ଧିମା ଆଖି.... ତୋର ହାଲକା ହାଲକା...ହାଏ ତୋ ପ୍ରେମର ଗଜଲରେ...' ବିମୋହିତ ହେଲେ ରାଜଧାନିବାସୀ । ପରେ ପରେ ଜମିଥିଲା ବଲିଉଡ ଷ୍ଟୋରି ଟେଲର ପ୍ରିୟା ମଲିକ୍ଙ୍କ କବିତା ଆସର। ମା'ଙ୍କ ଉଦ୍ଦେଶ୍ୟରେ 'କୁଛନେହିଁ ମମି...ଆଜକା ଦୋ ମିନିଟକା ନୁଡୁଲ୍ସ ଜମାନା ମେ ୧୯୯୦ କା ଭେଜ ଚାଓମିନ୍ ଢୁଣ୍ଡ ରାହା ହୁଁ.....' କବିତା ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ପ୍ରିୟା ମଲ୍ଲିକଙ୍କ ପରେ ଷ୍ଟେଜକୁ ଓହ୍ଲାଇଥିଲେ ହର୍ଷଦୀପ କୌର । ଆଉ ତାଙ୍କ ସୁଫି ମେଲୋଡ଼ିରେ ବିଭୋର ହୋଇଥିଲେ ଦର୍ଶକ । ହର୍ଷଦୀପ କୌରଙ୍କ ସୁଫିଆନା ପରିପାଟୀ ସହ ଗୀତର ମାଦକତା ଲୋକଙ୍କୁ ସ୍ତବ୍ଦ କରିଥିଲା ।
'ଆଜ ଦିନ ଚଢେୟା ତେରେ ରଙ୍ଗ .....କବିରା..ତେରି ଓ ତେରି ....ଲମ୍ବି ଜୁଦାଇ....ଓ ଜାଲିମା.....ଉଙ୍ଗୁଲି ପକଡକେ ତୁନେ ଚଲନା ଶିଖାୟା ଥା...ନା....ଶେଷରେ ଝୁମ ବରାବର' ଗୀତରେ ନାଚି ନାଚି ବେଦମ ହୋଇଥିଲେ ଦର୍ଶକ। ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ନବରାଜ ହଂସ । ଷ୍ଟେଜକୁ ଆସିବା କ୍ଷଣି ମୋହାଲ ସରଗରମ ହୋଇଗଲା । ଦର୍ଶକ ନିଜ ସ୍ଥାନ ଛାଡି ଷ୍ଟେଜ ପାଖକୁ ଚାଲିଯାଇଥିଲେ। ଆଉ ପଞ୍ଜାବୀ ତଡକା ଧୁନର ନନଷ୍ଟପ ନାଚିଥିଲେ । ଦର୍ଶକଙ୍କ ଜୋସ ଭରିବା ପାଇଁ ପ୍ରଥମେ ପଞ୍ଜାବୀ ଠୁମକା ଲଗାଇ ଥିବା ବେଳେ ନିଜେ ମଧ୍ୟ ନାଚିଥିଲେ, ଆଉ ନିଜ ଅନ୍ଦାଜରେ ଲୋକମାନଙ୍କୁ ନଚାଇଥିଲେ ।
'କି କରିୟେ କି କରିୟେ' ଗୀତ ସମସ୍ତଙ୍କୁ ନାଚିବାକୁ ବାଧ୍ୟ କରିଥିଲା। ପରେ ପରେ 'ରୂପ ତେରା ପ୍ୟାର ମେରା ଦିବାନା...… ଚୁରାଲିୟା ଜୋ ତୁନେ ହେ ଦିଲ କୋ .....ଓ ହାସିନା ଜୁଲଫୋବାଲି...ଜାନେ ଜାନା... ' ଗୀତରେ ମତୁଆଲା ହେଇଥିଲେ ଦର୍ଶକ । ଦର୍ଶକଙ୍କ ଖଚାଖଚ୍ ଭିଡରେ ଦ୍ବିତୀୟ ଦିନ ଫେଷ୍ଟ ଶେଷ ହୋଇଛି ଏବଂ ଉଭୟ ବଲିଓଡ଼ ଓ ଓଲିଓଡ଼ କଳାକାରଙ୍କ ଗୀତକୁ ସମସ୍ତେ ମନଭରି ଉପଭୋଗ କରିଛନ୍ତି ।