ଭୁବନେଶ୍ବର: ରାଜ୍ୟରେ କୋରୋନା ଆରୋଗ୍ୟ ହୋଇଛନ୍ତି 2842 ଆକ୍ରାନ୍ତ । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସୁସ୍ଥ ହୋଇଥିବା ଜଣାପଡିଛି । ଏହାସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 244227ରେ ପହଞ୍ଚିଛି ।
ରାଜ୍ୟରେ ସୁସ୍ଥ ହେଲେ ଆଉ 2842 ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ - maximum from khurdha
ରାଜ୍ୟରେ କୋରୋନା ଆରୋଗ୍ୟ ହୋଇଛନ୍ତି 2842 ଆକ୍ରାନ୍ତ । ଆରୋଗ୍ୟ ସଂଖ୍ୟା 2 ଲକ୍ଷ ଟପିଲା । ଅଧିକ ପଢନ୍ତୁ ...
ଆଜି 30ଟି ଜିଲ୍ଲାରୁ 2842 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ସର୍ବାଧିକ 434 ଜଣ ଅଛନ୍ତି । ସେହିପରି କଟକରୁ 237, ଯାଜପୁରରୁ 100, ଅନୁଗୋଳରୁ 119, ପୁରୀରୁ 148, ନୂଆପଡାରୁ 161, ସମ୍ବଲପୁରରୁ 136, କଳାହାଣ୍ଡିରୁ 117, ଝାରସୁଗୁଡାରେ 108, ଭଦ୍ରକରେ 94, ବରଗଡରେ 93, ମୟୂରଭଞ୍ଜରେ 92, ସୁନ୍ଦରଗଡରେ 91, ଜଗତସିଂହପୁରରୁ 85, ନୟାଗଡରୁ 78, କେନ୍ଦ୍ରାପଡାରେ 76, କେନ୍ଦୁଝରରୁ 68, ଢେଙ୍କାନାଳରେ 60, ବଲାଂଗିରରେ 58, ନବରଙ୍ଗପୁରରେ 53, ସୋନପୁରରେ 48, କୋରାପୁଟରେ 41, ମାଲକାନଗିରିରେ 41, ଗଂଜାମରେ 30, ବାଲେଶ୍ୱରରେ 27, ବୌଦ୍ଧରୁ 21, ରାୟଗଡାରୁ 18, ଦେଓଗଡରୁ 17, ଗଜପତିରେ 13 ଓ ଷ୍ଟେଟ ପୋଲ 128 । ତେବେ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା 244227ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ