ଓଡିଶା

odisha

77th Independence Day: ସେବା ପାଇଁ ୨୮ ଅଧିକାରୀଙ୍କୁ ପୋଲିସ ପଦକ

By

Published : Aug 15, 2023, 6:32 PM IST

Updated : Aug 15, 2023, 8:08 PM IST

ସେବା ପାଇଁ ୨୮ ଅଧିକାରୀଙ୍କୁ ପୋଲିସ ପଦକ । ଲୋକସେବା ଭବନ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ଏହି ପଦକ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Odisha police personnel awarded medals
Odisha police personnel awarded medals

77th Independence Day: ସେବା ପାଇଁ ୨୮ ଅଧିକାରୀଙ୍କୁ ପୋଲିସ ପଦକ

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉପଲକ୍ଷେ ୨୮ ଜଣଙ୍କୁ ମିଳିଛି ପୋଲିସ ପଦକ । ପୋଲିସ ସେବା କ୍ଷେତ୍ରରେ ଅନନ୍ୟ ଅବଦାନ ଓ ସେବା ପାଇଁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ତିନୋଟି କ୍ୟାଟଗୋରୀରେ ପ୍ରଦାନ କରାଯାଇଛି ଏହି ପଦକ । ଲୋକସେବା ଭବନ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ଏହି ପଦକ ପ୍ରଦାନ କରିଛନ୍ତି ।

ଉଲ୍ଲେଖନୀୟ ସେବା ପାଇଁ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ପୋଲିସ ମେଡାଲ । ଭିଜିଲାନ୍ସର କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତ ଏହି ପଦକ ପାଇଛନ୍ତି । ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ ଜଣ ପଦକ ପାଇଛନ୍ତି । ସେମାନେ ହେଲେ ଭଦ୍ରକ ଅତିରିକ୍ତ ଏସପି ଯତୀନ୍ଦ୍ର କୁମାର ପଣ୍ଡା, ବରଗଡ଼ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ଡିଭିଜନର ଶୁଧାଂଶୁ ଶେଖର ପୂଜାରୀ, କମିଶନରେଟ ପୋଲିସର ଏସିପି ହିମାଂଶୁ ସ୍ବାଇଁ, ପିଟିଆଇ ଡେପୁଟି କାମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର ଦାସ, SIW ଇନ୍ସପେକ୍ଟର ଅରୁଣ ବଳିୟାରସିଂ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜିନର ଏସଆଇ ଯୁଗଳ କିଶୋର ପ୍ରଧାନ, କଟକ ଭିଜିଲାନ୍ସ କନେଷ୍ଟବଳ ସରୱଦିନ ଖାନ, ଭୁବନେଶ୍ବର SCRBର ଏସଆଇ ବିଜ୍ଞାନ ଭୂଷଣ ମହାନ୍ତି, ବିଜୁ ପଟନାୟକ ପୋଲିସ ଏକାଡେମୀର ଡ୍ରିଲ ଇନ୍ସ୍ପେକ୍ଟର ଅନିଲ ମିଞ୍ଜ ଓ ରାଉଲକେଲା ଚତୁର୍ଥ ବାଟାଲିୟନ ସିପାହୀ ପ୍ରଦୀପ ବେହେରା ।

ଏହା ବି ପଢନ୍ତୁ- ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ; ଚାଷୀ, ମହିଳା ଓ ଜନଜାତିକୁ ନେଇ ଆଗକୁ ବଢ଼ିବାକୁ ଆହ୍ୱାନ

ସେହିପରି ସାହାସିକତା କାମ ପାଇଁ ୧୬ ଜଣଙ୍କୁ ମିଳିଛି ପୋଲିସ ପଦକ । SOG SI ଗଗନ ବିହାରୀ ନାୟକ, SOG ହାବିଲଦାର କୃଷ୍ଣଲୋକ ବେହେରା, SOG କାମାଣ୍ଡୋ ମୁରଲାଲ ମନୋହର ଦାସ, SOG କମାଣ୍ଡୋ ମହେଶ୍ବର ଧାକଡ଼, SOG କମାଣ୍ଡୋ ମନୋହର ଭୂମିଆ, SOG କମାଣ୍ଡୋ ପ୍ରଶାଦ ନାୟକ, SOG କମାଣ୍ଡୋ ଭବାନୀ ଶଙ୍କର ପାଟିଲ, କମାଣ୍ଡୋ ଅର୍ଜୁନ ଚନ୍ଦ୍ର କୁରାମୀ, କମାଣ୍ଡୋ ବିନୟ କୁମାର ମିଶ୍ର, କମାଣ୍ଡୋ ରାଜେଶ ଦିୱାନ, କମାଣ୍ଡୋ ରାଜେନ୍ଦ୍ର ଚୌଧୁରୀ, SOG ହାବିଲଦାର ଶୁଖିରାମ ରଣା, କମାଣ୍ଡୋ ଗଣେଶ ଧରୁଆ, କମାଣ୍ଡୋ ରମେଶ ପରମାଣିକ, କମାଣ୍ଡୋ ପଦ୍ମନାଭ ରାୟ, ପିପି କମାଣ୍ଡୋ ମଦନ ମୋହନ ପ୍ରଧାନ ।

ଅନ୍ୟପଟେ ସମସ୍ତ ପଦାକଧାରୀମାନେ ନିଜର କର୍ତ୍ତବ୍ୟନିଷ୍ଠ ଓ ତ୍ୟାଗ ପାଇଁ ଏହି ପଦକ ପାଇଥିବା ବେଳେ ପରିବାର ସହ ଆସି ନିଜର ପଦକ ଗ୍ରହଣ କରିଛନ୍ତି । ସେବା ପାଇଁ ଏହି ସମ୍ନାନ ମିଳିଥିବା ବେଳେ ଏହା ଆଗକୁ ଦେଶ ପାଇଁ କାମ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବା ବୋଲି କହିଛନ୍ତି । ଏ ନେଇ ସିଓଜି ହାବିଲଦାର କୃଷ୍ଣାଲୋକ କହିଛନ୍ତି, "ସବୁଠାରୁ ବଡ଼କଥା ହେଲା ମୃତ୍ୟୁ ତ ଅନିବାର୍ଯ୍ୟ ତେଣୁ ଦେଶ ମାତୃକା ପାଇଁ ମରିବାକୁ ଆମେ ତିଳେ ମାତ୍ର ଦୁଃଖ କରିବୁ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 15, 2023, 8:08 PM IST

ABOUT THE AUTHOR

...view details