ଖୋର୍ଦ୍ଧା : ବେଗୁନିଆ ବ୍ଲକ ସିମୋର ପଞ୍ଚାୟତରେ ଜାରି ରହିଥିବା ୨୭ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। କଣ୍ଟାମଳିମ ଜୟ ଦୁର୍ଗା ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ଫାଇନାଲ ମ୍ୟାଚ୍ରେ ଅହମଦିଆ ସ୍ପୋର୍ଟିଂ କେରଙ୍ଗ ଏବଂ ୭୮୬ ନୟାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ସିମୋର ପଞ୍ଚାୟତରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବେଗୁନିଆ ବ୍ଲକ ସିମୋର ପଞ୍ଚାୟତରେ ଜାରି ରହିଥିବା ୨୭ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। କଣ୍ଟାମଳିମ ଜୟ ଦୁର୍ଗା ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଚାଲିଥିଲା ଏହି ଟୁର୍ଣ୍ଣାମେଣ୍ଟ । ଅଧିକ ପଢ଼ନ୍ତୁ
ଆଜିର(ରବିବାର) ଏହି ଦମଦାର ମ୍ୟାଚରେ ଅହମଦିଆ ସ୍ପୋର୍ଟିଂ କେରଙ୍ଗକୁ 3-1ଗୋଲରେ ମାତ୍ ଦେଇ ଟାଇଟଲ ଜିତି ନେଇଛି ୭୮୬ ନୟାଗଡ଼ । ଜାତୀୟସ୍ତରୀୟ ରେଫରି ଅଶୋକ କୁମାର କହଁ ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ । ତାଙ୍କୁ ଲାଇନରେ ସହାୟତା କରିଥିଲେ ରାଜ୍ୟସ୍ତରୀୟ ରେଫରି ଶେଖବତ ଅଲ୍ଲୀ ଖାଁ ଏବଂ ଗିରିଶ ଚନ୍ଦ୍ର ଜାନି । ଜାତୀୟ ସ୍ତରର କମିଶନର ଦୟାନ ଖାଁ ମ୍ୟାଚ କମିଶନର ଭାବେ ଦାୟିତ୍ୱ ତୁଲାଇଥିଲେ ।
ଆଜିର ମ୍ୟାଚ୍କୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ସିମୋର ସରପଞ୍ଚ ସରୋଜିନୀ ଖୁଣ୍ଟିଆ, ସମ୍ମାନୀତ ଅତିଥି ବେଗୁନିଆ ଆତ୍ମା ଅଧ୍ୟକ୍ଷ ଶ୍ରୀନିବାସ ରାୟ, ଶିକ୍ଷାବିତ ଶରତ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ