ଖୋର୍ଦ୍ଧା: ରାଜ୍ୟରେ ବଢିବାରେ ଲାଗିଛି କୋରୋନା ବିତ୍ପାତ୍ତ । ଏମିତିରେ ସୋମବାର ଖୋର୍ଦ୍ଧାରେ 26 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବା ଜଣା ପଡିଛି । ଏଥିସହ ଜିଲ୍ଲାରେ 11 ଜଣ ସୁସ୍ଥ ହୋଇଥିବା ମଧ୍ୟ ଦେଖାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ଖୋର୍ଦ୍ଧାରେ ପୁଣି 26 ନୂଆ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 11 - ଖୋର୍ଦ୍ଧାରେ କୋରୋନା ଚିକିତ୍ସା
ରାଜ୍ୟରେ ବଢିବାରେ ଲାଗିଛି କୋରୋନା ବିତ୍ପାତ୍ତ । ଏମିତିରେ ସୋମବାର ଖୋର୍ଦ୍ଧାରେ 26 ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିବା ଜଣା ପଡିଛି ।
ଖୋର୍ଦ୍ଧାରେ ପୁଣି 26 ନୂଆ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 11
ସୂଚନା ମୁତାବକ ଜିଲ୍ଲାରେ ସଦ୍ୟ ଚିହ୍ନଟ ହୋଇଥିବା 26 ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଚିକିତ୍ସାଧୀନ ଅବସ୍ଥାରେ ଥିବା 11 ଜଣ ଗତ 24 ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ