ଖୋର୍ଦ୍ଧା: ବାଣପୁର ପୋଲିସର ଚଢାଉ ୨୫୦ ଲିଟର ଦେଶୀ ମଦ ଜବତ, ୨ଗିରଫ । ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ଥିବାରୁ ଦେଶୀ ମଦ ବେପାରି ମାନେ ସକ୍ରିୟ ହୋଇପଡ଼ିଛନ୍ତି । ପ୍ରତିଦିନ ଏହି ବେପାରି ମାନେ ରାଜ୍ୟର ବିଭିନ୍ନ ସ୍ଥାନରୁ ଧରା ମଧ୍ୟ ହେଉଛନ୍ତି ।
ସୋମବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ବାଣପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୫୦ଲିଟର ଦେଶୀ ମଦ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରିଛି । ସେହିପରି ସେମାନେ ବ୍ୟବହାର କରୁଥିବା ଦୁଇଟି ମଟର ସାଇକେଲକୁ ମଧ୍ୟ ଜବତ କରିଛି ।