ଭୁବନେଶ୍ବର:ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । 1999 ମସିହାର ଜାନୁଆରୀ 9ର ଘଟଣା ଯାହାକୁ ନେଇ ହଲଚଲ ହୋଇଥିଲା ସାରା ରାଜ୍ୟ । ବଦଳି ଯାଇଥିଲା ତତ୍କାଳୀନ ସମୟରେ ସରକାର ଓ ରାଜନୈତିକ ପାଣିପାଗ । ଏଭଳି ଚର୍ଚ୍ଚିତ ଘଟଣାକୁ ଆଜି ବିତିଛି 25 ବର୍ଷ । ହେଲେ ନା ଏଯାଏଁ ଏଘଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳର ନାୟିକ ଶୁଣାଣି ହେଲା ନାଁ ଏହାର ଷଡଯନ୍ତ୍ରକାରୀ ସାମ୍ନାକୁ ଆସିଲା।
ରାଜ୍ୟ ରାଜନୀତିଠୁ ଆରମ୍ଭ କରି ପାଓ୍ବାର କରିଡର । ଦିନେ ଯେଉଁ ଘଟଣା ପାଇ ସାରା ରାଜ୍ୟରେ ଚହଳ ପଡିଥିଲା, ଯେଉଁ ଘଟଣା ପାଇଁ ବର୍ତ୍ତମାନର ସରକାର ଥିବା ନେତା ରାଜ୍ୟରେ ହୋହଲ୍ଲା କରିଥିଲେ, ଯାହକୁ ମୁଦ୍ଦା କରି ତତ୍କାଳୀନ ସରକାର ବିରୋଧରେ ଗର୍ଜନ କରିଥିଲେ ବର୍ତ୍ତମାନ ପାଓ୍ବାରରେ ଥିବା ନେତା । ଯାହାକୁ ନେଇ ସେତେବେଳେ ସରକାରଠୁ ଆରମ୍ଭ କରି ପାଓ୍ବାର କରିଡର ଆଡକୁ ଅନେକ ପ୍ରଶ୍ନ ଉଠିଥିଲା । ଆଜି ସେହି ଘଟଣା ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାକୁ ବିତିଛି 25 ବର୍ଷ ।
1999 ମସିହା ଜାନୁଆରୀ 9 ତାରିଖରେ ଘଟିଥିଲା ସେହି ଘଟଣା । ଭାରତୀୟ ବନ ସେବା ଅଧିକାରୀ ସୁବାସ ଚନ୍ଦ୍ର ମିଶ୍ରଙ୍କ ପୂର୍ବତନ ପତ୍ନୀ ଅଞ୍ଜନା ମିଶ୍ରଙ୍କ ସହ ଘଟଟିଥିଲା ଗଣଦୁଷ୍କର୍ମ ଘଟଣା । ଏହି ଘଟଣା ପଛରେ ଏହା ସୁଚିନ୍ତିତ ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଥିଲେ ପୀଡିତା । ଘଟଣାକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ବନ୍ଧୁ ଓଡ଼ିଶାର ପୂର୍ବତନ ଆଡଭୋକେଟ୍ ଜେନେରାଲ ବା ଏଜି ଇନ୍ଦ୍ରଜିତ ରାୟଙ୍କ ବିରୋଧରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଏହି ଘଟଣାରେ ଏଜିଙ୍କୁ ସୁରକ୍ଷା ଦେବାକୁ ଯାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିରୋଧରେ ସାଙ୍ଘାତିକ ଅଭିଯୋଗ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଗଣଦୁଷ୍କର୍ମ ମାମଲା ଏଭଳି ଏକ ରାଜନୈତିକ ମୋଡ଼ ନେଲା ଯେ ଦଳର ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଯାଇ ଶେଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପଦରେ ହୋଇଥିଲା ପରିବର୍ତ୍ତନ ।
ଏହା ବି ପଢନ୍ତୁ- ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲା, ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କଲା CBI
ସେହି ଘଟଣା ଆଜି ବିତିଛି 25ବର୍ଷ । କାରଣ 1999 ମସିହା ଜାନୁଆରୀ 9 ତାରିଖରେ ଅଞ୍ଜନା ଓ ତାଙ୍କ ସାମ୍ବାଦିକ ବନ୍ଧୁ ଯାଉଥିବା ସମୟରେ ତାଙ୍କ କାରକୁ 3 ଅଭିୟୁକ୍ତ ଆସିଥିଲେ । ଭୁବନେଶ୍ବର ଉପକଣ୍ଠରେ ବାରଙ୍ଗ ନିକଟରେ ଅଟକାଇ ଏକ ଜନଶୂନ୍ୟ ସ୍ଥାନରେ ତାଙ୍କ ବନ୍ଧୁଙ୍କ ସମ୍ମୁଖରେ କରିଥିଲେ ଗଣଦୁଷ୍କର୍ମ । ଏହି ଘଟଣା ନେଇ ପୋଲିସରେ ଅଭିଯୋଗ ପରେ 26 ଜାନୁଆରୀ 1999ରେ ଦୁଇ ଜଣ ଅପରାଧୀଙ୍କୁ ଗିରଫ କରିଥିଲା ଓଡିଶା ପୋଲିସ । ଆଉ ପରେ ଦୀର୍ଘ 22ବର୍ଷ ପରେ 3ୟ ଅଭିୟୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଥିଲା ଓଡିଶା ପୋଲିସ । 22 ଫେବୃଆରୀ 2021ରେ ମହାରାଷ୍ଟ୍ରର ପୁନେରୁ ଗିରଫ କରିଥିଲା କମିସନରେଟ ପୋଲିସ ।