ଓଡିଶା

odisha

ETV Bharat / state

ବୈଷୟିକ ତାଲିମ ପାଇଁ ୨୪ ଓଡ଼ିଆ ବିଦ୍ୟାର୍ଥୀ ଗଲେ ସିଙ୍ଗାପୁର

ବିଭିନ୍ନ ପ୍ରକାରର ବୈଷୟିକ ତାଲିମ ପାଇଁ ଶିକ୍ଷାର୍ଥୀ ମାନଙ୍କୁ ବିଶ୍ଵ ଦକ୍ଷତା କେନ୍ଦ୍ରରେ ସପ୍ତାହ ବ୍ୟାପୀ ଶିକ୍ଷଣ ପ୍ରଦାନ କରାଯିବ। ବିଶ୍ଵ ଦକ୍ଷତା କେନ୍ଦ୍ର ପକ୍ଷରୁ ୨୪ ଓଡିଆ ବିଦ୍ୟାର୍ଥୀ ତାଲିମ ପାଇଁ ସିଙ୍ଗାପୁର ଯାଇଛନ୍ତି । ଅଧିକ ପଢନ୍ତୁ

24 students of world Skills Center
24 students of world Skills Center

By

Published : Jan 13, 2023, 8:42 PM IST

ଭୁବନେଶ୍ବର:ବିଶ୍ଵ ଦକ୍ଷତା କେନ୍ଦ୍ର ପକ୍ଷରୁ ୨୪ ଓଡିଆ ବିଦ୍ୟାର୍ଥୀ ତାଲିମ ପାଇଁ ଗଲେ ସିଙ୍ଗାପୁର। ଏହି ବିଦ୍ୟାର୍ଥୀ ମାନେ ସିଙ୍ଗାପୁରର ବିଭିନ୍ନ ଖ୍ୟାତିସମ୍ପନ୍ନ କମ୍ପାନୀ ଗୁଡିକରେ ତାଲିମ ନେବେ । ଓଡିଶା ବିଶ୍ଵ ଦକ୍ଷତା କେନ୍ଦ୍ର ବିଦେଶକୁ ତାଲିମ ପାଇଁ ବିଦ୍ୟାର୍ଥୀଙ୍କୁ ପଠାଇବାରେ ଦେଶରେ ପ୍ରଥମ ଦକ୍ଷତା ବିକାଶ କେନ୍ଦ୍ର । ତେବେ ତାଲିମ ପାଇଁ ଶିକ୍ଷାର୍ଥୀମାନଙ୍କୁ ବିଶ୍ଵ ଦକ୍ଷତା କେନ୍ଦ୍ରରେ ଗୋଟିଏ ସପ୍ତାହବ୍ୟାପୀ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

୨୪ ଶିକ୍ଷାର୍ଥୀ ସିଙ୍ଗାପୁରର ବୈଷୟିକ ଶିକ୍ଷା ସେବା ପ୍ରତିଷ୍ଠାନରେ ୬ ମାସ ରହିବେ । ସେମାନଙ୍କୁ ସେଠାରେ ରହିବା ଖାଇବା ସହ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଆଯିବା ସହ ସେମାନଙ୍କୁ ମାସିକ ୮ ଶହ ସିଙ୍ଗାପୁର ଡଲାର ଷ୍ଟାଇପେଣ୍ଡ ଭାବରେ ଦିଆଯିବ । ତାଲିମ ଶେଷ ହେବାପରେ ସେମାନଙ୍କ ପ୍ରଦର୍ଶନ ଭିତ୍ତିରେ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀରେ ନିୟୋଜିତ ହେବେ । ଏନେଇ ଆଜି ଉକ୍ତ ସମସ୍ତ ବିଦ୍ୟାର୍ଥୀମାନେ ସିଙ୍ଗାପୁରକୁ ଯାତ୍ରା କରିଛନ୍ତି ।

ଅନ୍ୟପଟେ ଏହି ଯାତ୍ରା ସମୟରେ ଓଡ଼ିଶା ଦକ୍ଷତା ବିକାଶର ଅଧକ୍ଷ୍ୟ ସୁବ୍ରତ ବାଗଚି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢି, ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଳକା ମିଶ୍ର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ସୂଚନା ଅନୁଯାୟୀ, ଗତ ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜିତ ହୋଇଥିଲା ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ । ଏଥିରେ ବିଶ୍ଵ ଦକ୍ଷତା କେନ୍ଦ୍ର ଓ ସିଙ୍ଗାପୁର ବୈଷୟିକ ସେବା ପ୍ରତିଷ୍ଠାନ ମଧ୍ୟରେ ସ୍ବାକ୍ଷରିତ ରାଜିନାମା ଅନୁସାରେ ତାଲିମ ପାଇଁ ସିଙ୍ଗାପୁର ଯାତ୍ରା କରୁଛନ୍ତି ଶିକ୍ଷାର୍ଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଓଡ଼ିଶାରେ ଦକ୍ଷ ବିଶ୍ଵସ୍ତରୀୟ ହେବା ଉପକ୍ରମରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ବିଶ୍ଵ ଦକ୍ଷତା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ଋଣ ଏବଂ ଆଇଟିଇଇଏସ ସିଙ୍ଗାପୁରର ବୈଷୟିକ ସହାୟତାରେ ଚାଲୁଛି । ଏହା ITI ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ତେବେ ୫ ମାର୍ଚ୍ଚ ୨୦୨୧ରେ ଏହି କେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଏହି କେନ୍ଦ୍ରରେ ଆଗାମୀ ୫ ବର୍ଷ ମଧ୍ୟରେ ୧,୫୧,୦୦୦ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details