ଖୋର୍ଦ୍ଧା: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ 214ତମ ବଳିଦାନ ଦିବସ ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାଳିତ ହୋଇଛି। ଜୟୀ ରାଜଗୁରୁ ସ୍ମୃତି କମିଟି ପକ୍ଷରୁ ଏହି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଖୋର୍ଦ୍ଧା ଅଞ୍ଚଳର ବୁଦ୍ଧିଜୀବୀମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କ ସ୍ମୃତି ଚାରଣ କରିବା ସହ ଓଡିଶାର ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ ।
ଜୟୀ ରାଜଗୁରୁଙ୍କ 214ତମ ବଳିଦାନ ଦିବସ ପାଳିତ - celibration of 214 death anniversary of jai rajguru
ପାଳିତ ହୋଇଛି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ 214ତମ ବଳିଦାନ ଦିବସ । ପଢନ୍ତୁ ଅଧିକ....
ପାଳିତ ହେଲା ଜୟୀ ରାଜଗୁରୁଙ୍କ 214 ତମ ବଳିଦାନ ଦିବସ
ପାଳିତ ହେଲା ଜୟୀ ରାଜଗୁରୁଙ୍କ 214 ତମ ବଳିଦାନ ଦିବସ
ଶିକ୍ଷାବିତ୍ ଧିରେନ୍ଦ୍ର ନନ୍ଦ ସଭା ପରିଚାଳନା କରିଥିବାବେଳେ ସମ୍ମାନିତ ଅତିଥି ରୂପେ ଆଇନଜୀବୀ ନରେନ୍ଦ୍ର ପୃଷ୍ଟି ସଭା ମଂଚରେ ଉପସ୍ଥିତ ଥିଲେ । ଖୋର୍ଦ୍ଧାରେ ସହିଦ ଜୟୀ ରାଜଗୁରୁଙ୍କ ଏକ ବଡ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଜୟୀ ରାଜଗୁରୁ ସ୍ମୃତି କମିଟି ପକ୍ଷରୁ ଦାବି ମଧ୍ୟ କରାଯାଇଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ