ଭୁବନେଶ୍ବର: 2022 ବର୍ଷର ନନ୍ଦନାକାନନ ପ୍ରାଣୀ ଉଦ୍ୟାନର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି । ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ସଂଖ୍ୟା 4012କୁ ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା 87କୁ ବଢ଼ିଛି । ସେଥିମଧ୍ୟରୁ ରହିଛି ସ୍ତନ୍ୟପାୟୀ 39, ପକ୍ଷୀ 47 ଓ 2ଟି ସରୀସୃପଙ୍କ ମୃତ୍ୟୁ ଘଟିଛି । ଏହାସହ ନନ୍ଦନକାନନରେ ଜନ୍ମ ହୋଇଛନ୍ତି 273 ଜୀବଜନ୍ତୁ । ଏଥିରେ 151ଟି ସ୍ତନ୍ୟପାୟୀ ଜୀବ ରହିଥିବା ବେଳେ 108ଟି ପକ୍ଷୀ ଓ 14ଟି ସରୀସୃପ ରହିଛନ୍ତି ।
2020-21ଆର୍ଥିକ ବର୍ଷରେ 3826ଟି ଜୀବଜନ୍ତୁ ପ୍ରାଣୀ ଉଦ୍ୟାନରେ ରହିଥିବା ବେଳେ ମାତ୍ର 74ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିଲା । 2019-20 ଆର୍ଥିକ ବର୍ଷରେ 3671 ଜୀବଜନ୍ତୁ ରହିଥିବା ବେଳେ 98 ଜଣଙ୍କ ମୃତ୍ୟୁ ଘଟିଛି । 2018-19 ଆର୍ଥିକ ବର୍ଷରେ 3517ଟି ଜୀବଜନ୍ତୁ ରହିଥିଲେ । ସେଥିମଧ୍ୟରୁ 60ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । 2021-22 ଆର୍ଥିକ ବର୍ଷରେ 87ଟି ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ରହିଛନ୍ତି ସ୍ତନ୍ୟପାୟୀ 39, ପକ୍ଷୀ 47 ଓ 2ଟି ସରୀସୃପଙ୍କ ମୃତ୍ୟୁ ଘଟିଛି । ଏହାସହ ନନ୍ଦନକାନନରେ ଜନ୍ମ ହୋଇଛନ୍ତି 273 ଜୀବଜନ୍ତୁ । ଏଥିରେ ଅଛନ୍ତି 151ଟି ସ୍ତନ୍ୟପାୟୀ ଜୀବ ରହିଥିବା ବେଳେ 108ଟି ପକ୍ଷୀ ଓ 14ଟି ସରୀସୃପ ରହିଛନ୍ତି । ତେବେ ନନ୍ଦନକାନନରେ ମୋଟ ଜୀବଜନ୍ତୁଙ୍କ ସଂଖ୍ୟା 4012 । ଗତ 6 ବର୍ଷ ମଧ୍ୟରେ ନନ୍ଦନକାନନରେ ଅଧିକ ଜୀବଜନ୍ତୁ ରହିଛନ୍ତି । 4012ଟି ଜୀବଜନ୍ତୁଙ୍କ ମଧ୍ୟରୁ 480 ପ୍ରଜାତିର 1836ଟି ସ୍ତନ୍ୟପାୟୀ ପ୍ରାଣୀ, 77 ପ୍ରଜାତିର 1852ଟି ପକ୍ଷୀ, 30 ପ୍ରଜାତିର ସରୀସୃପ ଓ 303ଟି ଜୀବଜନ୍ତୁ ଅଛନ୍ତି । ଉଭୟଚର ପ୍ରାଣୀ 6 ପ୍ରଜାତିର 21ଟି ରହିଛନ୍ତି । ମୋଟ ଆକାରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ 161 ପ୍ରଜାତିର ଜୀବଜନ୍ତୁ ଅଛନ୍ତି ।