ଓଡିଶା

odisha

ETV Bharat / state

Economic Survey 2022-23: ରାଜ୍ୟର ଅଭିବୃଦ୍ଧି ହାର 7.82%

ବିଧାନସଭାରେ ପ୍ରକାଶ ପାଇଲା ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ବର୍ତ୍ତମାନ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮୨ ପ୍ରତିଶତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

Economic Survey 2022-23
Economic Survey 2022-23

By

Published : Feb 23, 2023, 3:41 PM IST

ଭୁବନେଶ୍ବର: ଆସିଲା ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ବିଧାନସଭାରେ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଥିବା ବେଳେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ସ୍ଥିର ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଗତ ଆର୍ଥିକ ବର୍ଷର GSDP ବା ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅପେକ୍ଷା ଚଳିତ ବର୍ଷରେ ସୁଧାର ଆସିଛି । ଚଳିତ ବର୍ଷ GSDP ୭.୨ ଲକ୍ଷ କୋଟି ବା ୧୨.୬%ରେ ପହଞ୍ଚିବା ନେଇ ଆକଳନ କରାଯାଇଛି ।

ବର୍ତ୍ତମାନ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୮୨ ପ୍ରତିଶତ ରହିଛି । ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୦ ପ୍ରତିଶତ ରହିଛି । ରାଜ୍ୟର ଅଭିବୃଦ୍ଧି ହାର ୨୦୨୧-୨୨ ଆର୍ଥିକ ବର୍ଷରେ ୧୧.୫ ପ୍ରତିଶତ । ସେହିପରି ରାଜ୍ୟର ମୁଣ୍ଡ ପିଛା ଆୟ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ଥିବା ବେଳେ ଦେଶରେ ମୁଣ୍ଡ ପିଛା ଆୟ ୧ ଲକ୍ଷ ୭୦ ହଜାର ୬୨୦ ରହିଛି । ସେହିପରି ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଆୟ ୬୪ ହଜାର ୮୩୫ ଥିଲା ।

ଏହା ବି ପଢନ୍ତୁ- Economic Survey 2021-22: ରାଜ୍ୟର ଅଭିବୃଦ୍ଧି ହାର 10.1%, ବଢିଛି ମୁଣ୍ଡ ପିଛା ଆୟ

ଦେଶ ଓ ରାଜ୍ୟର ମୁଣ୍ଡ ପିଛା ଆୟର ତାରତମ୍ୟରେ ୨୦୧୫-୧୬ରେ ୩୨ ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ୧୨ ପ୍ରତିଶତକୁ ଖସିଛି । ବର୍ତ୍ତମାନ ରାଜ୍ୟର ମୁଦ୍ରାସ୍ଫୀତି ୬.୫୬ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୬.୯୫ ପ୍ରତିଶତ ଓ ସହରାଞ୍ଚଳରେ ୫.୫୨ ପ୍ରତିଶତ ରହିଛି । ସେହିପରି ରାଜ୍ୟର ବିତ୍ତିୟ ନିଅଣ୍ଟ ୨.୮ ପ୍ରତିଶତ ରହିଛି ଯାହାକି ୨୦୨୧-୨୨ ରେ ୦.୪ ପ୍ରତିଶତ ଥିଲା । ବର୍ତ୍ତମାନ ରାଜ୍ୟର ରଜସ୍ବ ନିଅଣ୍ଟ ରହିଛି ୨.୩୮ ପ୍ରତିଶତ ରହିଛି ୨୦୨୧-୨୨ ରେ ରଜସ୍ବ ନିଅଣ୍ଟ ଥିଲା ୩.୧୮ ପ୍ରତିଶତ ।

ସେହିପରି ରାଜ୍ୟର କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨୦୨୨-୨୩ରେ ୬.୦ ପ୍ରତିଶତ ରହିଛି ଯାହାକି ୨୦୨୧-୨୨ରେ ୨.୦୪ ପ୍ରତିଶତ । ରାଜ୍ୟର ଅଭିବୃଦ୍ଧିରେ ଶିଳ୍ପ ଓ ସେବା କ୍ଷେତ୍ର ଇଞ୍ଜିନ ସାଜିଛି ବୋଲି ରିପୋର୍ଟରେ ଉଲ୍ଲେଖ । ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ସହରାଞ୍ଚଳ ବିକାଶ, ପାନୀୟ ଜଳ, ଶିଶୁ ସୁରକ୍ଷା କ୍ଷେତ୍ରରେ ଆଖି ଦୃଶିଆ ପରିବର୍ତ୍ତନ ଆସିଥିବା ରିପୋର୍ଟରେ ଦର୍ଶାଇଛନ୍ତି ରାଜ୍ୟ ସରକାର । ସୂଚନା ଥାଉ କି ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ପହଞ୍ଚିବା ନେଇ ଆକଳନ କରାଯାଇଥିବା ବେଳେ ଏହା ୧୧.୫ ପ୍ରତିଶତରେ ପହଞ୍ଚିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details