ଭୁବନେଶ୍ବର:ପ୍ଲଟ ପାଇଁ ରାଜଧାନୀରେ ଟ୍ରିପଲ ମର୍ଡର (Triple murder in Bhubaneswar) । ପ୍ଲଟ ହାତେଇବା ପାଇଁ ଶ୍ବଶୁର ଘର ଲୋକଙ୍କୁ ହତ୍ୟା କଲା ଜ୍ବାଇଁ । ଗତ ୨୦୧୫ ମସିହାରେ ଭୁବନେଶ୍ବରର ଭରତପୁର ଆଖଣ୍ଡଳମଣ ବସ୍ତିରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ଜ୍ବାଇଁ ପ୍ରଦୀପ କୁମାର ପଣ୍ଡା ୨ଟି ପ୍ଲଟ ହାତେଇବା ପାଇଁ ରଚିଥିଲା ଏହି ହତ୍ୟା ଷଡଯନ୍ତ୍ର । ଏହି ହତ୍ୟାକାଣ୍ଡର ୭ ବର୍ଷ ପରେ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ(District Court and Sessions Judge) ଏହାର ଶୁଣାଣୀ ହୋଇଥିଲା । ଅତିରିକ୍ତ ଜିଲ୍ଲା ଦୋରାଜଜ ଶଶ୍ମିତା ପାଢୀ ଏହାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ-458 କୋଟି ଭିତ୍ତିପ୍ରସ୍ତର ସ୍ଥାପନ ସହ 30 କୋଟିର ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ