ଓଡିଶା

odisha

ETV Bharat / state

ଗାଡି ଅଟକାଇବାରୁ ବିଚ୍‌ ରାସ୍ତାରେ କନେଷ୍ଟବଳଙ୍କୁ ମାରିଥିଲେ ଚାପୁଡା, 2 ଅଭିଯୁକ୍ତ ଗିରଫ - କନଷ୍ଟେବଳଙ୍କୁ ଚାପୁଡା ମାରି ଧରାପଡିଲେ ଦୁର୍ବୁତ୍ତ

ବିଚ ରାସ୍ତାରେ କନଷ୍ଟେବଳଙ୍କୁ ଚାପୁଡା ମାରିବା ସହ ଟ୍ରାଫିକ ନିୟମ ଉଲ୍ଲଘଂନକୁ ନେଇ 2 ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

accused  slapped a traffic police
accused slapped a traffic police

By

Published : Mar 16, 2023, 10:51 AM IST

accused slapped a traffic police

ଭୁବନେଶ୍ବର:ବିଚ ରାସ୍ତାରେ କନଷ୍ଟେବଳଙ୍କୁ ଚାପୁଡା ମାରି ଧରାପଡିଲେ ଦୁର୍ବୃତ୍ତ । ଏନେଇ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେବା ସହ ଏକ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଗିରଫ କରିଛି । ତେବେ ଗିରଫ 2ଜଣ ହେଲେ ଭଞ୍ଜନଗର ଗୌରବ ଦିଗଲ ଓ ବାଣପୁର ଅଡଙ୍ଗର ଉମାକାନ୍ତ ନାୟକ । ସେମାନଙ୍କ ମଧ୍ୟରୁ ଜଣେ ସେଲୁନ କର୍ମଚାରୀ ହୋଇଥିବା ବେଳେ ଅନ୍ୟଜଣେ ସିମେଣ୍ଟ ଦୋକାନରେ କାମ କରୁଥିବା ଜଣାପଡିଛି ।

ତେବେ ଏନେଇ ଏସିପି ସଞ୍ଜୀବ ଶତପଥି କହିଛନ୍ତି, ଗତ ୧୨ ତାରିଖରେ ଏସପ୍ଲାନେଡ ମଲ ସାମ୍ନାରେ 3 ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ବମିଖାଲ ପଟୁ ରସୁଲଗଡ଼ ଆସୁଥିଲେ । ଏନେଇ ସେଠାରେ ଡ୍ୟୁଟିରେ ଥିବା ସହିଦନଗର ଥାନାର କନଷ୍ଟେବଳ ଦିଲ୍ଲିପ କୁମାର ମହାରଣା ତାଙ୍କୁ ହାତ ଦେଖାଇଥିଲେ । ଏହି ସମୟରେ 3 ଜଣ ବସିଥିବାରୁ ଅଭିଯୁକ୍ତ ମାନେ ନିର୍ଭୟରେ କନଷ୍ଟେବଳକୁ ଚଳନ୍ତା ବାଇକରେ ଥାଇ ଚଟକଣି ଟିଏ ପକାଇ ଚମ୍ପଟ ମାରିଥିଲେ । ପରେ ଘଟଣାକୁ ନେଇ କନଷ୍ଟେବଳ ଜଣକ ଜଣାଇବା ପରେ ସେମାନଙ୍କର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା ।

ତେବେ ନିୟମ ଉଲ୍ଲଙ୍ଘନ ସହ ଅନଡ୍ୟୁଟିରେ ଥିବା ପୋଲିସ କର୍ମଚାରୀକୁ ଆକ୍ରମଣ ଘଟଣାକୁ ଗୁରୁତର ଭାବେ ନେଇଛି ପୋଲିସ । ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ବ୍ୟବହାର କରିଥିବା ଗାଡିକୁ ମଧ୍ୟ ଜବତ କରାଯାଇଛି। ସେପଟେ 2ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାକୁ ସୁଧାର ଗୃହକୁ ପଠାଯାଇଛି । ଅନ୍ୟପଟେ ଆଇନକୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ବର୍ତ୍ତମାନ ଟ୍ରାଫିକ ଉଲ୍ଲଙ୍ଘନ ନେଇ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ସର୍ଭିଲାନସ ରହିଛି । ବିନା ହେଲମେଟରେ ଗାଡି ଚାଳନାଠୁ ଆରମ୍ଭ କରି ସିଟ ବେଲ୍ଟ ନ ପିନ୍ଧିବା ଓ 3 ଜଣିଆ ଯିବା ,ରଙ୍ଗରୁଟ ଡ୍ରାଇଭିଂ ଭଳି ଅମାନିଆ ଭାବେ ଗାଡି ଚଳାଇବା ଉପରେ ନଜର ରଖୁଛି ପୋଲିସ । ଏନେଇ ଭୁବନେଶ୍ବର ବିଭିନ୍ନ ଟ୍ରାଫିକ ଓ ଭିଡ ସ୍ଥାନରେ ୩୧୨ଟି ଅଟୋମେଟେଡ ନମ୍ବର ପ୍ଲେଟ ରିଡର କ୍ୟାମେରା ରହିଛି । ଯାହାକି ଆପଣଙ୍କ ଗାଡିର ଗତିବିଧି ଉପରେ ନଜର ରଖିଛି । ତେବେ ଗତ ଜାନୁଆରୀ ମାସରେ ହକି, ଖଣ୍ଡଗିରି ମେଳା ଓ ଡଟଫେଷ୍ଟକୁ ଦୃଷ୍ଟିରେ ରଖି ୧୫୬୪୧ଜଣଙ୍କ ଠୁ ୧କୋଟି ୮୩ଲକ୍ଷ ୪୬ହଜାର ଟଙ୍କାର ଫାଇନ ଚାଲାଣ ଇସ୍ୟୁ କରାଯାଇଥିଲା। ଯେଉଁଥିରେ ଥିଲେ ୫୮୯୯ଜଣ ବିନା ହେଲମେଟ୍‌ ଚାଳକ । ୬୦୧ଟି ବେଆଇନ ଭାବେ ପାର୍କିଂ କରିଥିବା ଗାଡି । ସେହିପରି କ୍ଷମତା ଠାରୁ ଅଧିକ ବେଗରେ ଗାଡି ଚଲାଇ ୪୯୦୯ ଜଣଙ୍କୁ ଫାଇନ କରିଥିବା ବେଳେ ୧୪୨ ଜଣଙ୍କ ଠାରୁ ଟ୍ରିପଲ ରାଇଡ ପାଇଁ ଚାଲାଣ କଟାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details