ଭୁବନେଶ୍ବର: ରାଜଧାନୀରେ ଅଘଟଣ । ପୋଖରୀରେ ବୁଡି ଜୀବନ ହରାଇଲେ 2 ଛାତ୍ର । ଏୟାରଫିଲ୍ଡ ପୋଖରୀପୁଟ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ସେହି ଅଞ୍ଚଳରେ ଥିବା ଏକ ଝାର ପୋଖରୀରେ ଘଟିଛି ଏଭଳି ଅଘଟଣ । 2 ଛାତ୍ର ହେଲେ ଗଣ୍ଡମୁଣ୍ଡା ହାଇସ୍କୁଲର ଶୁଭମ ଜେନା ଓ ପ୍ରକାଶ ମହାରଣା । ପୋଖରୀକୁ ଗାଧୋଇବାକୁ ମୋଟ 4 ଜଣ ଛାତ୍ର ଯାଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ଘଟିଛି ।
କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଏୟାରଫିଲଡ ଥାନା ପୋଖରୀପୁଟ ଝାର ପୋଖରୀରେ ବୁଡି ହୋଇଛି ମୃତ୍ୟୁ । ଦୁଇ ଛାତ୍ର ହେଲେ ଗଣ୍ଡମୁଣ୍ଡା ସ୍କୁଲର ଛାତ୍ର ପ୍ରକାଶ ମହାରଣା ଓ ଶୁଭମ ଜେନା (ଗୁଡୁ) । ଅଗ୍ନିଶମ ବାହିନୀ ଜରିଆରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଟିଉସନ ସାରି 2 ଜଣ ଛାତ୍ର ଫେରୁଥିଲେ । ପୋଖରୀକୁ ଗାଧୋଇବାକୁ ସାଙ୍ଗସାଥି ହୋଇ ୪ଜଣ ଯାଇଥିଲେ । ହେଲେ ପ୍ରଥମେ ଦୁଇ ଜଣ ବୁଡିଯିବା ଦେଖି ଅନ୍ୟ ଦୁଇ ଜଣ ଘର ଲୋକଙ୍କୁ ଖବର ଦେଇଥିଲେ । ତେବେ ଝାର ପୋଖରୀ ହେଉଛି ଏକ ପଥର ଖାଦାନ ସ୍ଥାନ । ଯେଉଁଠି ପାଣି ରହି ଏଭଳି ଏକ ପୋଖରୀ ଭଳି ରହିଛି । ଏଠାରେ ପିଲା ଗାଧୋଇବାକୁ ଯାଇ ଏଭଳି ଅଘଟଣ ଶିକାର ହୋଇଛନ୍ତି ।
ଏହା ବି ପଢନ୍ତୁ- ନଦୀ ମଝିରେ ସେଲ୍ଫି ନେବା ହେଲା କାଳ, ପାଣିରେ ବୁଡି ଛାତ୍ର ମୃତ