ଓଡିଶା

odisha

ETV Bharat / state

ଜଟଣୀ ପୋଲିସ ଦ୍ବାରା ଦୁଇ ଲୁଟେରା ଗିରଫ - ଜଟଣୀ ପୋଲିସ ଦ୍ବାରା ଦୁଇ ଲୁଟେରା ଗିରଫ

ପୋଲିସ ହାତରେ ମନ୍ଦିର ଲୁଟେରା । ସୁନା ରୂପା ସହ ଠାକୁରବସ୍ତ୍ର ଜବତ । ଖୋର୍ଦ୍ଧା ଜଟଣୀର ଘଟଣା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Oct 1, 2019, 4:10 AM IST

Updated : Oct 1, 2019, 5:53 AM IST

ଖୋର୍ଦ୍ଧା: ବିଭିନ୍ନ ମନ୍ଦିରରୁ ଚୋରି ହେଉଥିବା ଅଭିଯୋଗରେ ଜଟଣୀ ପୋଲିସର ଚଢ଼ାଉ । ଡେଲାଙ୍ଗ ଥାନା ଘୋରଡ଼ିଆ ଗ୍ରାମର ପ୍ରତାପ ଚନ୍ଦ୍ର ସିଂ ଓ ଜଟଣୀ ଥାନା ଅନ୍ତର୍ଗତ ରାଜାବଜାର ଅଞ୍ଚଳର ବିମଳ ସିଂଙ୍କୁ ଗିରଫ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏମାନଙ୍କ ଠାରୁ ନଗଦ 15 ହଜାର 458ଟଙ୍କା ସହିତ ବହୁ ସୁନା ଓ ରୂପା ଗହଣା, ମନ୍ଦିରର ଘଣ୍ଟି ସହ କଂସା ପିତ୍ତଳ ବାସନ,ଚାନ୍ଦୁଆ, ବିଭିନ୍ନ ପ୍ରକାର ଦେବଦେବୀଙ୍କ ବସ୍ତ୍ର,ଲାଇଟ ସାଉଣ୍ଡ ସରଞ୍ଜାମ ଆଦି ଜବତ କରିଛି । ଏମାନେ ଜଟଣୀ, ପିପିଲି, ଖୋର୍ଦ୍ଧା ଆଦି ନଅଟି ମନ୍ଦିରରୁ ଲୁଟରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 1, 2019, 5:53 AM IST

ABOUT THE AUTHOR

...view details