ଖୋର୍ଦ୍ଧା: ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍ ଟାଙ୍କି । ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧାର ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ମାଳପୁଞ୍ଜି ଗ୍ରାମରେ । ଏଠାରେ ଡାକ ପ୍ରଧାନଙ୍କ ସ୍ତ୍ରୀ ସାରସ ପ୍ରଧାନ ତାଙ୍କ ଘରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ଟାଙ୍କି ଲିକେଜ ହୋଇ ଫାଟିଗଲା । ଏ ଅଘଟଣରେ 2 ଜଣ ଆହତ ହୋଇଥିବାର ଖବର ମିଳିଛି ।
ଗ୍ୟାସଟାଙ୍କି ଫାଟି ଜଳିଗଲା ୪ବଖରା ଘର, 2 ଆହତ - ଗ୍ୟାସ ଟାଙ୍କି ଲିକେଜ
ଖୋର୍ଦ୍ଧାର ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ମାଳପୁଞ୍ଜି ଗ୍ରାମରେ ଅଭାବନୀୟ ଘଟଣା । ରୋଷେଇ କରୁଥିବା ବେଳେ ଫାଟିଲା ଗାସଟାଙ୍କି । ଏହି ବିସ୍ପୋରଣରେ ଚାରି ବଖରା ଘର ପୋଡିଯିବା ସହ ଦୁଇଜଣ ଆହତ ହୋଇଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ସେପଟେ ଘରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଜଳପୋଡି ପାଉଁଶ ହୋଇଯାଇଛି । ଏହି ବିସ୍ପୋରଣରେ ଚାରି ବଖରା ଘର ପୋଡିଯିବା ସହ ଦୁଇଜଣ ଆହତ ହୋଇଛନ୍ତି। ମାଳପୁଞ୍ଜି ଗ୍ରାମର ସନ୍ତୋଷ ପ୍ରଧାନ ଓ ଗନ୍ତେଇ ପ୍ରଧାନ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ କରିଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ