ଖୋର୍ଦ୍ଧା: ପ୍ରଶାସନର ବାରଣ ସତ୍ତ୍ବେ ବାଣ ବିକ୍ରି କରି ଗିରଫ ହେଲେ 2 ବାଣ ବେପାରି । ପ୍ରଶାସନର କଟକଣା ସତ୍ତ୍ବେ ବାଣ ବିକୁଥିବା ଖବର ପାଇ ଜଟଣାୀ ଅଞ୍ଚଳର ଦୁଇ ବ୍ୟବସାୟୀଙ୍କୁ ଉଠାଇ ନେଇଛି ଜଟଣୀ କମିଶନରେଟ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଟଣୀର ତ୍ରିଲୋଚନ ପଟନାୟକ ଓ ମନୋଜ ସାହୁ । ଏମାନଙ୍କୁ ଗିରଫ କରିବା ଏମାୀନଙ୍କ ନିକଟରୁ ବିପୁଳ ପରିମାଣର ବାଣ ମଧ୍ୟ ଜବତ କରିଛି ପୋଲିସ ।
କଟକଣା ସତ୍ତ୍ବେ ଚାଲିଛି ବାଣ ବେପାର, ବିପୁଳ ବାଣ ଜବତ ସହ 2 ଗିରଫ - ଖୋର୍ଦ୍ଧାରେ 2 ଜଣଙ୍କୁ ଗିରଫ କଲା ପୋଲିସ
ପ୍ରଶାସନର କଟକଣା ସତ୍ତ୍ବେ ବାଣ ବିକୁଥିବା ଅଭିଯୋଗରେ ଜଟଣୀ ଅଞ୍ଚଳର ଦୁଇ ବ୍ୟବସାୟୀ ଗିରଫ ।
କଟକଣା ସତ୍ତ୍ବେ ଚାଲିଛି ବାଣ ବେପାର, ବିପୁଳ ବାଣ ଜବତ ସହ 2 ଗିରଫ
ବିନା ଲାଇସେନ୍ସରେ ବାଣ ରଖିବା ଓ କଟକଣା ସତ୍ତ୍ବେ ବିକ୍ରି ଅଭିଯୋଗରେ ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଚଳିତବର୍ଷ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବାଣ ବିକ୍ରୀ ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ