ଭୁବନେଶ୍ବର: ଦୀର୍ଘ ୩୭ ବର୍ଷ ଭାରତୀୟ ପୋଲିସ ସେବାରେ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି ଆପିଏସ ଅଫିସର ମନୋଜ ଛାବ୍ରା। ୧୯୮୮ ବ୍ୟାଚର ଓଡିଶା କ୍ୟାଡର ଆପିଏସ ଅଫିସର ଅବସର ସମୟରେ ଜେଲ ଡିଜି ଭାବେ କାର୍ଯ୍ୟରୁ ନେଇଛନ୍ତି ନିବୃତି । ଜେଲ ଡିଜି ସମୟରେ ସଂସ୍କାରମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ଥିଲେ ମନୋଜ କୁମାର ଛାବ୍ରା। ଯେକି ଜଣେ ଯୁବ ବୟସରେ ରଣଜୀ ଖେଳାଳିରୁ ଆଇପିଏସ ଭାବେ ପରିଚିତ ଥିଲେ।
୧୯୮୮ ବ୍ୟାଚର ଏହି ଅଫିସର ଓଡିଶା ସରକାରଙ୍କ ପୋଲିସ ବିଭାଗରେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି। ଜେଲ ଡିଜି ଭାବେ ଦାୟିତ୍ବ ନେବା ପରେ କଏଦିଙ୍କ ଗୋଡ଼ରେ ଜିପିଏସ ଲଗାଇବା ଭଳି ପ୍ରସ୍ତାବ ପାଇଁ ସେ ରାଜ୍ୟ ତଥା ଦେଶ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ। ଏପରିକି ପୋଲିସ ବିଭାଗରେ ମେଣ୍ଟାଲ ହେଲଥ ନେଇ ତାଙ୍କର ଗବେଷଣା ବେଶ ଉଚ୍ଚ କୋଟୀର ଥିଲା। ତାଙ୍କ କାର୍ଯ୍ୟକାଳର ଆଜି ଥିଲା ଶେଷ ଦିନ। ଏହି ଅବସରରେ ତାଙ୍କୁ ଅନେକ ବରିଷ୍ଠ ଆଇପିଏସ ଅଫିସର ଭେଟି ସମ୍ବର୍ଦ୍ଧନା ଦେବା ସହ ତାଙ୍କର ପୋଲିସ ବିଭାଗ ପାଇଁ ଥିବା ଗୁରୁଦାୟିତ୍ଵର ତାରିଫ କରିଛନ୍ତି। ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ କମିସନର ଉମାଶଙ୍କର ଦାସ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଭୁବନେଶ୍ବର ଡିସିପି ପ୍ରମୁଖ ତାଙ୍କ କାର୍ଯାଳୟରେ ଭେଟି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ତାଙ୍କର ପୋଲିସ କାର୍ଯ୍ୟକାଳ ସମୟରେ ସେ ଅନେକ ବିଭାଗରେ କାମ କରିଛନ୍ତି। ପୋଲିସ ହାଉସିଂ କର୍ପୋରେସନ ଠାରୁ ଆରମ୍ଭ କରି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ,ଅସ୍ତ୍ରଶସ୍ତ୍ର କାରାଗାର ନିର୍ଦ୍ଦେଶାଳୟ ସମେତ ଜେଲ ଓ କଏଦୀ ନିର୍ଦ୍ଦେଶାଳୟ ସହ ବିଏସଏଫ ଭଳି ନକ୍ସଲ ଦମନ କ୍ଷେତ୍ରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିଭାଇଛନ୍ତି।