ଓଡିଶା

odisha

ETV Bharat / state

ବଜ୍ରପାତଜନିତ କ୍ଷୟକ୍ଷତି ରୋକିବାକୁ ରୋପଣ କରାଯିବ ୧୯ଲକ୍ଷ ତାଳଗଛ - ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ

ବଜ୍ରପାତଜନିତ କ୍ଷତି ରୋକିବା ପାଇଁ ରୋପଣ ହେବ ତାଳଗଛ । ବିଜ୍ଞାପିତ ଜଙ୍ଗଲ ପରିସୀମାରେ ୭.୫ କୋଟି ଟଙ୍କା ବ୍ୟୟ ପ୍ରାୟ ୧୯ ଲକ୍ଷ ତାଳଗଛ ରୋପଣ କରିବାକୁ ଲକ୍ଷ । ଅଧିକ ପଢନ୍ତୁ

ବଜ୍ରପାତଜନିତ କ୍ଷୟକ୍ଷତି ରୋକିବାକୁ ରୋପଣ କରାଯିବ ୧୯ ଲକ୍ଷ ତାଳଗଛ
ବଜ୍ରପାତଜନିତ କ୍ଷୟକ୍ଷତି ରୋକିବାକୁ ରୋପଣ କରାଯିବ ୧୯ ଲକ୍ଷ ତାଳଗଛ

By ETV Bharat Odisha Team

Published : Nov 4, 2023, 10:09 PM IST

ଭୁବନେଶ୍ବର: ବଜ୍ରପାତଜନିତ କ୍ଷୟକ୍ଷତି ରୋକିବା ସହ ଜଙ୍ଗଲ ପରିସୀମାକୁ ଅଧିକ ସୁରକ୍ଷା ଦେବାପାଇଁ ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀରେ ନିଷ୍ପତି ନିଆଯାଇଛି । ଆଗାମୀ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷରେ ପାଖାପାଖି ୭.୫ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୯ ଲକ୍ଷ ତାଳଗଛ ରୋପଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।


ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ପରିସୀମାରେ ବ୍ୟାପକ ତାଳଗଛ ରୋପଣ କରାଯିବ । ବଜ୍ରପାତଜନିତ କ୍ଷତି ରୋକିବା ସହ ଜଙ୍ଗଲ ପରିସୀମାକୁ ଅଧିକ ସୁରକ୍ଷା ଦେବାର ନିଷ୍ପତ୍ତି ରାଜ୍ୟସ୍ତରୀୟ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀରେ ନିଷ୍ପତି ନିଆଯାଇଛି । ଆଗାମୀ ୨୦୨୪-୨୫ ଏବଂ ୨୦୨୫-୨୬ ବର୍ଷରେ ପାଖାପାଖି ୭.୫ କୋଟି ଟଙ୍କା ବ୍ୟୟ କରାଯାଇ ପ୍ରାୟ ୧୯ ଲକ୍ଷ ତାଳଗଛ ରୋପଣ କରାଯିବ। ତାଳଗଛର ଅନେକ ଉପକାରିତା ରହିଛି ।

ପ୍ରଥମତଃ ଏହା ବଜ୍ରପାତଜନିତ କ୍ଷତି ରୋକିବାରେ ଅନେକ ସାହାଯ୍ୟ କରିଥାଏ । ଦ୍ୱିତୟତଃ ଜଙ୍ଗଲ ପରିସୀମାକୁ ସୁରକ୍ଷା ଯୋଗାଇଥାଏ । ତୃତୀୟତଃ ଏହା ବନ୍ୟଜନ୍ତୁ ତଥା ମୁଖ୍ୟତଃ ହାତୀମାନଙ୍କୁ ଖାଦ୍ୟ ଯୋଗାଇଥାଏ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ତେବେ ରୋପଣ କାର୍ଯ୍ୟ ଶେଷ ହେବା ପରେ ହାତୀ-ମଣିଷଙ୍କ ସଂଘର୍ଷ ବହୁମାତ୍ରାରେ ହ୍ରାସ ପାଇପାରିବ । କାରଣ ତାଳଗଛ ହାତୀମାନଙ୍କୁ ଖାଦ୍ୟ ଯୋଗାଇବ । ରାଜ୍ୟର ୪୪୭୯ ଟି ବିଜ୍ଞପିତ (ନୋଟିଫାଏଡ୍‌) ଜଙ୍ଗଲ ବ୍ଲକ୍‌ ଓ ୩୯୬୭୧ ବର୍ଗକିଲୋମିଟର ବାଉଣ୍ଡାରୀ ଲାଇନ୍‌ ରହିଛି । ଏହି ଜଙ୍ଗଲ ବ୍ଲକ୍‌ରେ ୪୮୦୨୦୭ ଟି ବାଉଣ୍ଡାରି ସ୍ତମ୍ବ ରହିଛି । ପ୍ରତି ସ୍ତମ୍ଭ ପାଖରେ ୪ଟି ତାଳଗଛ ରୋପଣ କରାଯିବାର ଯୋଜନା କରାଯାଇଛି ।


ସୂଚନା ଅନୁଯାୟୀ, ରାଜ୍ୟରେ ହାତୀ-ମଣିଷ ଲଢେଇ ଦିନକୁ ଦିନ ବଢିବାକୁ ଲାଗିଛି । ବନ ବିଭାଗ ଏହା ଉପରେ ବ୍ରେକ ଦେବାକୁ ଆଧୁନିକ ଜ୍ଞାନ କୌଶଳର ସହାୟତା ନେଉଛି ହେଲେ ଏହା ଉପରେ ରୋକ ଲାଗି ପାରୁନାହିଁ। ବ୍ୟାପକ ଜଙ୍ଗଲ କ୍ଷୟ, ହାତୀ ମଣିଷ ଲଢେଇର ପ୍ରମୁଖ କାରଣ ବୋଲି କୁହାଯାଉଛି। ଜଙ୍ଗଲ କ୍ଷୟ ହେବାରୁ ହାତୀ ଖାଦ୍ୟ ଅନ୍ୱେଶ୍ୱଣରେ ଗାଁ ମୁହାଁ ହେଉଛନ୍ତି। ବାସ ଓ ଫସଲକୁ ସୁରକ୍ଷା ଦେବାକୁ ଯାଇ ହାତୀ-ମଣିଷଙ୍କ ମଧ୍ୟରେ ଲଢେଇ ହେଉଛି । ଆଉ ଏହାର ଫାଇଦା ଉଠାଉଛନ୍ତି ଶିକାରୀ । ହାତୀ ଶିକାର କରି ସେମାନଙ୍କ ଦାନ୍ତ ଓ ହାଡକୁ ଶିକାରୀଙ୍କୁ ବିକ୍ରି କରୁଛନ୍ତି । ବନବିଭାଗର ଅପାରଗତା ଯୋଗୁଁ ରାଜ୍ୟରେ ଏଭଳି ଘଟଣା ବଢିଚାଲିଛି ।

ଏହା ମଧ୍ୟ ପଢନ୍ତୁ :- Chhattisgarh: ନିର୍ବାଚନର 3ଦିନ ପୂର୍ବରୁ BJP ନେତାଙ୍କୁ ହତ୍ୟା କଲେ ନକ୍ସଲ

ତେବେ ହାତୀ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଅପ୍ରାକୃତିକ ହାତୀ ମୃତ୍ୟୁ ଘଟଣାର ସଠିକ୍ ତଦନ୍ତ ହେଉନାହିଁ। ଜଙ୍ଗଲ ବିଭାଗ ହାତୀ ସୁରକ୍ଷା ପାଇଁ ଯେତିକି ପଦକ୍ଷେପ ନେବା କଥା ସେତିକି ହେଉନାହିଁ। ପର୍ଯ୍ୟଟନର ଉନ୍ନତି କ୍ଷେତ୍ରରେ ଜଙ୍ଗଲ ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ବନ୍ୟପ୍ରାଣୀ ସୁରକ୍ଷା ଦିଗରେ କାମ କମ୍ କରୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details