ଓଡିଶା

odisha

ETV Bharat / state

ରାଜଧାନୀରେ ଆରମ୍ଭ ହେଲା ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳୀ, ଖୋଲିଛି ୫୫୦ ଷ୍ଟଲ

Toshali Mela at Janata Maidan: ଆରମ୍ଭ ହେଲା ଜାତୀୟ ହସ୍ତଶିଳ୍ପ ମେଳା 'ତୋଷାଳୀ' । ଭୁବନେଶ୍ବର ସ୍ଥିତ ଜନତା ମୈଦାନରେ ଅନୁଷ୍ଠିତ ଏହି ମେଳା ୨୬ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 16, 2023, 2:26 PM IST

ଜାତୀୟ ହସ୍ତଶିଳ୍ପ ମେଳା 'ତୋଷାଳୀ',
ଜାତୀୟ ହସ୍ତଶିଳ୍ପ ମେଳା 'ତୋଷାଳୀ',

ଜାତୀୟ ହସ୍ତଶିଳ୍ପ ମେଳା 'ତୋଷାଳୀ',

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଜାତୀୟ ହସ୍ତଶିଳ୍ପ ମେଳା 'ତୋଷାଳୀ' । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମୈଦାନ ଠାରେ ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’ ଉଦଘାଟିତ ହୋଇଯାଇଛି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ମୋଟ ୫୫୦ ଷ୍ଟଲ ଖୋଲିଥିବାବେଳେ ପ୍ରଥମ ଦିନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ବିଗତ ବର୍ଷ ଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି । ପ୍ରତିଦିନ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ସମସ୍ତଙ୍କ ପାଇଁ ଖୋଲା ରହିବ ।

ତେବେ ତୋଷାଳୀ ମେଳା ଉଦ୍ଘାଟନ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର କଳା ଓ ସଂସ୍କୃତିକୁ ମନେ ପକାଇଥିଲେ । ଏହି ଅବସରରେ ସେ କହିଛନ୍ତି, "ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ଭୂମି । ଆମର ସାଂସ୍କୃତିକ ଐତିହ୍ୟକୁ ପ୍ରତିପାଦନ କରେ ନୃତ୍ୟସଙ୍ଗୀତ, କଳା ସଂସ୍କୃତି, ହସ୍ତଶିଳ୍ପ । ଏହି ମେଳାରେ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଏକାଠି ହୋଇଥିବାବେଳେ ଏହା ଏକ ଜାତୀୟ ଏକତାର ପ୍ରତୀକ । ଏହି ମେଳା ବୁଣାକାର ତଥା ଶିଳ୍ପୀମାନଙ୍କ ବିକ୍ରିବଟା, ପ୍ରଦର୍ଶନୀ ଓ ଆର୍ଥିକ ସଶକ୍ତୀକରଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସଫଳତା ପାଇବ ଏବଂ ବୁଣାକାରମାନେ ଉପକୃତ ହେବେ । ବିଶେଷ କରି ଏହି ମେଳା ରାଜ୍ୟର ସାଂସ୍କୃତିକ ମହାତ୍ମ୍ୟର ହଲମାର୍କ ହେବ ।

ଏହାମଧ୍ୟ ପଢନ୍ତୁ.. ଚଇତି ମହୋତ୍ସବରେ ଦୁଲିକିଲା ମୁନିଗୁଡ଼ା

ସେହିପରି ମେଳା ପରିସରରେ ଥିବା ଥିମ ପ୍ୟାଭିଲିୟନ ‘ଟ୍ରାଇବାଲ କ୍ରାଫ୍ଟସ୍‌ ଆଣ୍ଡ ୱେଭସ୍‌ ଅଫ ଦି ଷ୍ଟେଟ ଆଣ୍ଡ୍‌ ଜିଆଇ ପ୍ରଡକ୍ଟ’କୁ ଉଦ୍‌ଘାଟନ କରିଥିଲେ ବିଭାଗୀୟ ମନ୍ତ୍ରୀ ରୀତା ସାହୁ । ଏହି ଅବସରରେ ସେ କହିଛନ୍ତି, "ରାଜ୍ୟ ଓ ରାଜ୍ୟ ବାହାର ବୁଣାକାର ଯୋଗଦେଇ ନିଜ ନିଜର ରାଜ୍ୟର ହସ୍ତକଳାକୁ ପ୍ରଦର୍ଶିତ କରିଛନ୍ତି । ସ୍ବତନ୍ତ୍ରଭାବେ ଖାଦ୍ୟ ଷ୍ଟଲ ଲାଗିଥିବାବେଳେ ମିଲେଟ ଷ୍ଟଲ ବି ରହିଛି । ନିଶ୍ଚିତଭାବେ ବୁଣାକାରଙ୍କ ପାଇଁ ଏହା ଏକ ଉତ୍କୃଷ୍ଟ ସ୍ଥାନ।"

ତେବେ ବର୍ଷର ଶେଷ ମେଳା ହେଉଛି ତୋଷାଳି । ପ୍ରତିବର୍ଷ ମେଳାରେ ବହୁତ ସଂଖ୍ୟାରେ ଲୋକ ଏଠାକୁ ଆସୁଥିବାବେଳେ ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟାରେ ସମାଗମ ହେବ । ଏହାଛଡା ବିଭିନ୍ନ ରାଜ୍ୟର ବୁଣାକାର ଏକାଠି ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବ । ବିଶେଷ କରି ବୁଣାକାରଙ୍କୁ ମେଳା ମଞ୍ଚ ପ୍ରଦାନ କରିବା ସହିତ କଳାର ନିପୁଣତା ପାଇଁ ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଏହି ଉଦଘାଟନୀ ସମାରୋହରେ ସଚିବ ଅରବିନ୍ଦ ପାଢୀ, ବୟନ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ଶୋଭନ କ୍ରିଷ୍ଣ ସାହୁ, ହସ୍ତକଳା ବିଭାଗ ନିର୍ଦେଶକ ପ୍ରଣତୀ ଛୋଟରାୟ, ବିଭାଗୀୟ ଅଧିକାରୀ ସରୋଜ ସାହୁ, ପଦ୍ମଭୂଷଣ ସୁଦର୍ଶନ ସାହୁ, ଭୁବନେଶ୍ବର ମହାନଗର ନିଗମ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details