ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲ କ୍ୟାମ୍ପସ କାଜୁ ଜଙ୍ଗଲରେ ହାତୀପଲଙ୍କ ଉତ୍ପାତ । ଗତକାଲି ବିଳମ୍ବିତ ରାତିରେ 18 ଟିକିଆ ହାତୀ ପଲ ମେଡିକାଲର ପାଚେରୀ ଭାଙ୍ଗି ପଶିଛନ୍ତି । ହାତୀ ଘଉଡେଇବା ପାଇଁ ଘଟଣାସ୍ଥଳରେ 20 ଜଣିଆ ଟିମ ହାତୀ ପଲକୁ ଜଗିରହିଛନ୍ତି ।
ଖୋର୍ଦ୍ଧା ମେଡିକାଲ ଭିତରେ 18 ଟିକିଆ ହାତୀ ପଲ - khurda medical campus
ଖୋର୍ଦ୍ଧା ମେଡିକାଲ ନିକଟ କାଜୁ ଜଙ୍ଗଲରେ 18ଟିକିଆ ହାତୀ ପଲଙ୍କ ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ମେଡିକାଲର ପାଚେରୀ ଭାଙ୍ଗି ପଶିଛନ୍ତି । ଅଧିକ ପଢନ୍ତୁ...
ଖୋର୍ଦ୍ଧା ମେଡିକାଲ ଭିତରେ 18 ଟିକିଆ ହାତୀ ପଲ
ସେହିପରି ବର୍ତ୍ତମାନ ହାତୀ ଥିବା କାଜୁ ଜଙ୍ଗଲ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ଯାଇଥିବାରୁ ଅଘଟଣ ଆଶଙ୍କା କରି ବିଦ୍ୟୁତ ବିଭାଗର ଟିମ ମଧ୍ୟ ଉପସ୍ଥିତ ରହିଛନ୍ତି । ସେହିଭଳି ପୂର୍ବରୁ ମଧ୍ୟ ମେଡିକାଲ ଭିତରେ ଦୁଇଟି ହାତୀ ପଶି ପାଚେରୀ ଭାଙ୍ଗିଥିବା ନଜିର ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ