ଖୋର୍ଦ୍ଧା: ବେଙ୍ଗାଲୁରରୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନରେ 1659ଜଣ ପ୍ରବାସୀ ଓଡିଆ ଖୋର୍ଦ୍ଧା ରୋଡ ଷ୍ଟେସନରେ ପହଁଚିଛନ୍ତି । ଷ୍ଟେସନରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇ ଥର୍ମାଲ ସ୍କ୍ରିନିଂ, ପଞ୍ଜୀକରଣ କରାଯିବା ପରେ ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚିଲେ 1659 ପ୍ରବାସୀ ଓଡିଆ, ସ୍ବାଗତ କଲା ପ୍ରଶାସନ - ଖୋର୍ଦ୍ଧା ରୋଡ ଷ୍ଟେସନ
ସ୍ବତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନରେ ବାଙ୍ଗାଲୁରରୁ 1659ଜଣ ପ୍ରବାସୀ ଓଡିଆ ଆସି ଖୋର୍ଦ୍ଧା ରୋଡ ଷ୍ଟେସନରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମନଙ୍କୁ ସ୍ବାଗତ କରାଯାଇ ଥର୍ମାଲ ସ୍କ୍ରିନିଂ,ପଞ୍ଜୀକରଣ କରାଯାଇ ସେମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି ।
![ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚିଲେ 1659 ପ୍ରବାସୀ ଓଡିଆ, ସ୍ବାଗତ କଲା ପ୍ରଶାସନ ବାଙ୍ଗାଲୁରରୁ ଆସିଲେ 1659 ଜଣ ପ୍ରବାସୀ ଓଡିଆ, ଖୋର୍ଦ୍ଧା ପ୍ରଶାସନ କଲେ ସ୍ବାଗତ](https://etvbharatimages.akamaized.net/etvbharat/prod-images/768-512-7337857-thumbnail-3x2-f.jpg)
ବାଙ୍ଗାଲୁରରୁ ଆସିଲେ 1659 ଜଣ ପ୍ରବାସୀ ଓଡିଆ, ଖୋର୍ଦ୍ଧା ପ୍ରଶାସନ କଲେ ସ୍ବାଗତ
ଖୋର୍ଦ୍ଧାରୋଡ ଷ୍ଟେସନରେ ପହଞ୍ଚିଲେ 1659 ପ୍ରବାସୀ ଓଡିଆ, ସ୍ବାଗତ କଲା ପ୍ରଶାସନ
ତେବେ ସେମାନଙ୍କ ମଧ୍ୟରୁ ଅନୁଗୁଳରୁ 7, ବାଲେଶ୍ବରରୁ 187, ବରଗଡରୁ 13, ଭଦ୍ରକରୁ 162, ବଲାଙ୍ଗୀରରୁ 85, ବୌଦ୍ଧରୁ ଜଣେ, କଟକରୁ 35, ଦେଓଗଡରୁ 5, ଢେଙ୍କାନାଳରୁ 17, ଗଜପତିରୁ 36, ଗଞ୍ଜାମରୁ 149, ଜଗତସିଂହପୁରରୁ 81, ଯାଜପୁରରୁ 119, କଳାହାଣ୍ଡିରୁ 31, କନ୍ଧମାଳରୁ 34, କେନ୍ଦ୍ରାପଡାରୁ 156, କେନ୍ଦୁଝରରୁ 78,ଖୋର୍ଦ୍ଧାରୁ 60, କୋରାପୁଟରୁ 3, ମାଲକାନଗିରିରୁ 3, ମୟୂରଭଞ୍ଜରୁ 94, ନବରଙ୍ଗପୁରରୁ 15, ନୟାଗଡରୁ 20, ନୂଆପଡାରୁ 70, ପୁରୀରୁ 146, ରାୟଗଡାରୁ 15, ସମ୍ବଲପୁରରୁ 11 ଏବଂ ସୁନ୍ଦରଗଡ ଜିଲ୍ଲାରୁ 22 ଜଣ ପ୍ରବାସୀ ରହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : May 25, 2020, 1:08 PM IST