ଓଡିଶା

odisha

ETV Bharat / state

୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି, ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ନିଯୁକ୍ତି ପାଇବେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଅଧିକ ପଢନ୍ତୁ

୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି
୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି

By

Published : Jun 18, 2023, 10:50 PM IST


ଭୁବନେଶ୍ବର: ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର । ଏନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଶିକ୍ଷାର ବିକାଶ ପାଇଁ ସେମାନଙ୍କୁ ଯେଉଁ ସୁଯୋଗ ମିଳିଛି ସମସ୍ତେ ନିଶ୍ଚିତ ଭାବେ ତାହାର ସଦୁପଯୋଗ କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ନିଯୁକ୍ତି ପାଇବେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀ । ଏହି ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ଵ ପୂର୍ଣ୍ଣ କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓପିଏସସି ଦ୍ୱାରା ମନୋନୀତ ହୋଇଥିବା ୧୬୦ ଜଣଙ୍କ ମଧ୍ୟରୁ ୧୫୮ଜଣ କାଉନସେଲିଂ ପ୍ରକ୍ରିୟାରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କାଉନସେଲିଂ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ବିବରଣୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର ପ୍ରଦାନ କରିଛନ୍ତି । ଏହାପରେ ନବନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ନିଯୁକ୍ତି ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଇଥିଲା । କେଉଁ ଅଧିକାରୀ କେଉଁ ସ୍ଥାନରେ କେଉଁ ପଦବୀରେ ଯୋଗଦେବେ ତାହା ସେମାନଙ୍କୁ ଜଣାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ଚୂଡ଼ାନ୍ତ ପର୍ଯ୍ୟାୟରେ ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କ ସମସ୍ତ ଦ୍ୱନ୍ଦ୍ବ ସମ୍ପର୍କରେ ପଚାରି ବୁଝିଥିଲେ ।


ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଷ୍ଟେଟ୍ କନଭେନସନ୍‌ ସେଣ୍ଟରଠାରେ ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଶିକ୍ଷାର ବିକାଶ ପାଇଁ ସେମାନଙ୍କୁ ଯେଉଁ ସୁଯୋଗ ମିଳିଛି ସମସ୍ତେ ନିଶ୍ଚିତ ଭାବେ ତାହାର ସଦୁପଯୋଗ କରିବେ । ଏହି ନବ ନିଯୁକ୍ତ ଅଧିକାରୀମାନଙ୍କୁ ‘ମୋ ସରକାର’ର ଜନାଦେଶ ଉପରେ ମଧ୍ୟ ସମ୍ୟକ ଧାରଣା ପ୍ରଦାନ କରାଯାଇଥିଲା । ଯୁବ ଅଧିକାରୀମାନେ ରାଜ୍ୟର ସ୍ୱପ୍ନକୁ ପୂରଣ କରିବା ପାଇଁ କଠନ ପରିଶ୍ରମ କରିବାକୁ ଆବଶ୍ୟକ ପଡ଼ିବ । ତେବେ ଏହି ନବନିଯୁକ୍ତ ଅଧିକାରୀମାନଙ୍କୁ ସାହାଯ୍ୟ, ସହଯୋଗ ମାଧ୍ୟମରେ ଶିକ୍ଷା ବିଭାଗକୁ ବିକାଶ ପଥରେ ଆଗେଇ ନେବା ପାଇଁ ଆହ୍ୱାନ ଦେଇଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମହାପାତ୍ର ।


ସୂଚନା ଅନୁଯାୟୀ, ଏହି କାଉନସେଲିଂ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ମିଶ୍ର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details