ଖୋର୍ଦ୍ଧା : ଜିଲ୍ଲା ଅବକାରୀ ବିଭାଗ ଆଜି(ଶୁକ୍ରବାର) ବୋଲଗଡ଼ ବ୍ଲକର କୋଟସିଙ୍ଗା, କଳାପଥର ଓ ଖାରଡପଲ୍ଳୀ ଗ୍ରାମର ବିଭିନ୍ନ ସ୍ଥାନରେ ଚଢ଼ାଉଥିଲେ । ଚଢ଼ାଉ କରି ୭ ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୬୦ ଲିଟର ରନ୍ଧା ଦେଶୀ ମଦ ଜବତ କରିଥିବା ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଭୈରବ ସାହୁ ସୂଚନା ଦେଇଛନ୍ତି ।
୭ ହଜାର ଲିଟର ପୋଚ ନଷ୍ଟ କଲା ଅବକାରୀ ବିଭାଗ, ମଦ ମାଫିଆ ଫେରାର
ଅବକାରୀ ବିଭାଗ ବୋଲଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୬୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ଅଧିକ ପଢନ୍ତୁ...
ଅବକାରୀ ବିଭାଗର ଚଢ଼ାଉ: ୧୬୦ ଲିଟର ଦେଶୀ ମଦ ଜବତ
ସୂଚନା ଅନୁଯାୟୀ ବୋଲଗଡ଼ ଅଞ୍ଚଳରେ ଦେଶୀ ମଦ ରନ୍ଧା ହେଉଥିବା ବିଶ୍ୱସ୍ତସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ତେବେ ଖବର ପାଇ ମଦ ମାଫିଆ ମାନେ ସ୍ଥାନ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ