ଖୋର୍ଦ୍ଧା:କୋରୋନା ସଂକ୍ରମଣ ରୋକିବାକୁ ସମସ୍ତ ଜିଲ୍ଲାରେ ପ୍ରସ୍ତୁତ ହୋଇଛି ସଙ୍ଗରୋଧ କେନ୍ଦ୍ର । ସେଠାକାର ଅନ୍ତେବାସୀଙ୍କୁ ଯୋଗାଇ ଦିଆଯାଉଛି ବିଭିନ୍ନ ସୁବିଧା ସୁଯୋଗ । ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ଦେଖାଦେଇଛି ଏଥିରେ ବ୍ୟତିକ୍ରମ । ଏହି ଗ୍ରାମର ବେଣାଗାଡିଆ ସାହିର ଗିରିଧାରୀ ସାହୁଙ୍କ ପରିବାରର 16 ଜଣ ସଦସ୍ୟ ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ଗିରିଧାରୀ ସାହୁଙ୍କ ଜ୍ବାଇଁ ହୃଦରୋଗରେ ପୀଡିତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଯାହାପରେ ତାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ମୃତ୍ୟୁ ପରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଲା । ଜ୍ବାଇଁଙ୍କ ସଂସ୍ପର୍ଶରେ ଗିରିଧାରୀଙ୍କ ପରିବାର ଆସିଥିବାରୁ ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟ କରିଥିଲେ । କିନ୍ତୁ ସଙ୍ଗରୋଧ କେନ୍ଦ୍ରରେ ରହିବା ଦିନଠାରୁ ଗିରିଧାରୀଙ୍କ ପରିବାରକୁ ନା ଖାଇବାକୁ ମୁଠେ ମିଳିଥିଲା ନା ଶୋଇବା ପାଇଁ ପଟି ଖଣ୍ଡେ ଦିଆଯାଇଥିଲା ।