ଖୋର୍ଦ୍ଧା : ବାଇକ ଡିକି ଭାଙ୍ଗି 15 ହଜାର ଟଙ୍କା ଚୋରି । ବୋଲଗଡ ମେଡିକାଲ ଛକ ନିକଟରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ । ପୋଲିସର ତଦନ୍ତ ଜାରି ।
ସୂଚନା ଅନୁଯାୟୀ, ଅରଖପଲ୍ଳୀ ଅଞ୍ଚଳର ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଆଣି ନିଜ ବାଇକ ଡିକିରେ ରଖିଥିଲେ । ସେଠାରୁ ସେ ବୋଲଗଡ ମେଡିକାଲ ଛକ ନିକଟରେ ଗାଡି ରଖି ଅନ୍ୟ କିଛି ଜିନିଷ କିଣିବାକୁ ଯାଇଥିଲେ । ହେଲେ ଜିନିଷ କିଣି ଫେରିବା ପରେ ତାଙ୍କ ବାଇକ ଡିକି ଭଙ୍ଗା ହୋଇଥିବା ବେଳେ ସେଥିରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ ।