ଭୁବନେଶ୍ବର:ରାଜ୍ୟରେ ପୁରୁଷ ହକି ବିଶ୍ବକପ ୨୦୨୩ ଆୟୋଜିତ ହୋଇଛି । ଏହି ଅବସରରେ ରାଜଧାନୀରେ ହକି ଲାଗି ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ 'ଡଟ୍ ଫେଷ୍ଟ' ମଧ୍ୟ ଅନୁଷ୍ଠିତ ହୋଇଛି । ତେବେ ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଏବଂ କଳାକାରମାନେ ଯୋଗ ଦେବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।
ଏହି ଡଟ୍ ଫେଷ୍ଟରେ ୭୦୦୦ ଲୋକଙ୍କ ବସିବା ବ୍ୟବସ୍ଥା ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ଭୁବନେଶ୍ବର ଡିସିପି । ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ସେଥିମଧ୍ୟରୁ ୫ ପ୍ଲାଟୁନ ଟ୍ରାଫିକ ପୋଲିସ ଦାୟିତ୍ବରେ ରହିବେ । ସେହିଭଳି ୨ଜଣ ଅତିରିକ୍ତ ଡିସିପିଙ୍କ ସହ ୬ଜଣ ଏସିପି, ୫୧ଜଣ ଆଇଆଇସି ଅଧିକାରୀ ରହିବେ । ସୁରକ୍ଷା ଦୃଷ୍ଟିରୁ ସିସିଟିଭି ସର୍ଭିଲାନ୍ସରେ ରହିଛି ପୁରା ପ୍ରଦର୍ଶନୀ ପଡିଆ । ଅପରାଧୀଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ଟିମ । ଡଟ୍ଫେଷ୍ଟ ସମୟରେ ରାମମନ୍ଦିର ଛକରୁ ସଚିବାଳୟ ମାର୍ଗ ପର୍ଯ୍ୟନ୍ତ ସନ୍ଧ୍ୟାରେ ଗାଡ଼ି ଚଳାଚଳ ବନ୍ଦ ରହିବ।
ଏହା ବି ପଢନ୍ତୁ- ସୁରକ୍ଷା ବଳୟରେ କଳିଙ୍ଗ ଷ୍ଟାଡିୟମ୍, ସ୍ପୋର୍ଟସ ଲୁକରେ ନଜର ଆସିବେ ପୋଲିସ