ଖୋର୍ଦ୍ଧା:ରୂପ ବଦଳାଇ ପୁଣି ଆତଙ୍କ ଖେଳାଇବା ଆରମ୍ଭ କରିଛି ମହାମାରୀ କୋରୋନା । କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନରୁ ରକ୍ଷା ପାଇବା ପାଇଁ ସାରା ରାଜ୍ୟରେ ଜାରି ହୋଇଛି କଟକଣା । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନରେ ୧୪୪ ଧାରା ଜାରି କରିଛି ପ୍ରଶାସନ ।
ଆସନ୍ତା କାଲି(ଶୁକ୍ରବାର) ପ୍ରସିଦ୍ଧ ମକର ସଂକ୍ରାନ୍ତି ହୋଇଥିବାରୁ ମନ୍ଦିରଗୁଡ଼ିକରେ ଭିଡ଼ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟରେ ରଖି ଖୋର୍ଦ୍ଧା ଉପଜିଲ୍ଲାପାଳ ଉପଖଣ୍ଡର ସମସ୍ତ ମନ୍ଦିରରେ ଧାରା ୧୪୪ ଲାଗୁ ହୋଇଛି । ମକର ସଂକ୍ରାନ୍ତି ଅବସରରେ ମନ୍ଦିରରେ କେବଳ ଠାକୁରଙ୍କ ନୀତିକାନ୍ତି ପାଇଁ ପାଞ୍ଚ ଜଣ ସେବକ ନିୟୋଜିତ ରହି ପୂଜାର୍ଚ୍ଚନା କରିବେ ।