ଖୋର୍ଦ୍ଧା: ସୁରଟରେ ଫସିଛନ୍ତି ଟାଙ୍ଗୀର 134 ଯୁବକ । ଲକ୍ ଡାଉନ୍ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକର ବିଭିନ୍ନ ଗାଁର ପ୍ରାୟ 134 ଯୁବକ ଗୁଜୁରାଟର ସୁରଟ ସହରର ସନାତନ ଡାଇମଣ୍ଡରେ ଫସି ରହିଛନ୍ତି । ସଂପୃକ୍ତ ଯୁବକ ମାନେ ସୁରଟର ବିଭିନ୍ନ କାରଖାନାରେ କାମ କରୁଥିଲେ ।
ପ୍ରଥମେ ଜନତା କର୍ଫ୍ୟୁ ଓ ତା’ପରେ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରି ଦିଆଯିବା ଫଳରେ ସବୁ କମ୍ପାନୀ ବନ୍ଦ ହୋଇଯାଇଥିଲା । ଫଳରେ ଟ୍ରେନ୍ ଚଳାଚଳ ମଧ୍ୟ ଠପ ହୋଇଯାଇଥିଲା । ଅନ୍ୟପଟେ ବସରେ ଆସିବାକୁ ହେଲେ ଜଣ ପିଛା୧୪୦୦ ଟଙ୍କା ବଦଳରେ ୩୫୦୦ ଟଙ୍କା ଦେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଫସି ରହିଥିବା ଯୁବକ । ତେଣୁ କୌଣସି ଉପାୟରେ ଆଉ ଘରକୁ ଫେରିପାରୁ ନାହାନ୍ତି ।