ଭୁବନେଶ୍ବର: ପୋଲିସ ବିଭାଗରେ ଖାଲି ପଡ଼ିଛି ମଞ୍ଜୁରୀପ୍ରାପ୍ତ ୧୩,୨୩୫ଟି ପଦବୀ । ବିଭାଗରେ ଡିଜିଠୁ ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ ମୋଟ ୬୮,୬୭୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରେ ୧୩,୨୩୫ଟି ପଦବୀ ଖାଲି ପଡ଼ିଛି । ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା(Minister Tusharkanti Behera) ବିଧାନସଭାରେ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ''ଲୋକସଂଖ୍ୟା ଅନୁପାତରେ ରାଜ୍ୟରେ କେତେ ପୋଲିସ କର୍ମଚାରୀ ରହିବେ ସେ ସମ୍ବନ୍ଧରେ କୌଣସି ମାନଦଣ୍ଡ ନାହିଁ । କିନ୍ତୁ ୨୦୨୨ ନଭେମ୍ବର ପହିଲା ସୁଦ୍ଧା ରାଜ୍ୟ ପୋଲିସ ସଂଗଠନରେ ମୋଟ ୬୮,୬୭୧ଟି ମଞ୍ଜୁରୀପ୍ରାପ୍ତ ପୋଲିସ ପଦବୀ ରହିଛି ।''
ସେଥିରୁ ୧୩,୨୩୫ଟି ପଦବୀ ଖାଲି ପଡ଼ିଥିବାବେଳେ ସର୍ବାଧିକ ୨୩,୧୦୦ଟି କନେଷ୍ଟବଳ ପଦବୀରୁ ୪୮୧୩ଟି ସମେତ ୧୫୬୭ଟି ପୋଲିସ ଏସଆଇ, ୫୦୬ଟି ଏଏସଆଇ, ୬୬୭ଟି ହାବିଲଦାର, ୧୯୧ଟି ଇନ୍ସପେକ୍ଟର, ୫୯ଟି ଡିଏସପି ଓ ୩୩ଟି ଅତିରିକ୍ତ ଏସପି ଓ ୧୫ଟି ଏସପି ପାହ୍ୟାର ପଦବୀ ଖାଲି ପଡ଼ିଛି । ଡିଆଇଜି ପାହ୍ୟାରେ ୧୧ଟି ପଦବୀ ଖାଲି ପଡ଼ିଛି । ସେହିପରି କମାଣ୍ଡାଣ୍ଟ ପଦବୀରେ ୩୦ରୁ ୮ଟି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀରେ ୨୦୨ରୁ ୧୧୪ଟି, ଆର୍ମଡ୍ ଇନ୍ସପେକ୍ଟରରେ ୨୫୯ରୁ ୩୮ଟି, ଏସଆଇ ଆର୍ମଡରେ ୨୫୦ଟି, ସିପାହୀରେ ୮୩୭୭ଟିରୁ ୧୮୪୮ଟି ପଦବୀ ଖାଲି ପଡ଼ିଛି ।
ଏହାମଧ୍ୟ ପଢନ୍ତୁ: Odisha Assembly: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରିପୋର୍ଟ, ଡକାୟତିର ୬ଗୁଣା ଦୁଷ୍କର୍ମ ମାମଲା