ଓଡିଶା

odisha

ETV Bharat / state

ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଅର୍ଥ ହେରଫେର ଘଟଣା: ଗଡୁଛି ସମୟ, ସରୁନି ତଦନ୍ତ - ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଠକେଇ ଘଟଣା

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଲୋକଙ୍କ ଜମା ଅର୍ଥ ହେରଫେର ଘଟଣାକୁ 13 ଦିନ ବିତିଛି । କିନ୍ତୁ 13 ଦିନ ପରେ ମଧ୍ୟ ଘଟଣାର ତଦନ୍ତ ସରିବାର ନାଁ ନେଉନାହିଁ । ଅଧିକ ପଢନ୍ତୁ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଠକେଇ ଘଟଣା : ମିଳୁଛି ପ୍ରମାଣ, ହଟୁନି ପରଦା
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଠକେଇ ଘଟଣା : ମିଳୁଛି ପ୍ରମାଣ, ହଟୁନି ପରଦା

By

Published : Mar 10, 2022, 11:21 AM IST

ଖୋର୍ଦ୍ଧା: ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଲୋକଙ୍କ ଜମା ଅର୍ଥ ହେରଫେର ଘଟଣାକୁ 13 ଦିନ ବିତିଛି । କିନ୍ତୁ 13 ଦିନ ପରେ ମଧ୍ୟ ଘଟଣାର ତଦନ୍ତ ସରିବାର ନାଁ ନେଉନାହିଁ । ଗତ ଫେବୃଆରୀ ମାସ 23 ତାରିଖରୁ 25 ତାରିଖ ଭିତରେ ଜମାକାରୀଙ୍କ ଠାରୁ ସେମାନଙ୍କ ଜମା ଅର୍ଥ ସମ୍ପର୍କିତ କାଗଜପତ୍ର ସଂଗ୍ରହକୁ ଦୀର୍ଘ 13 ଦିନ ବିତିଯାଇଥିଲେ ମଧ୍ୟ ବ୍ୟାଙ୍କରେ କେତେ ଜମାକାରୀଙ୍କ କେତେ ଅର୍ଥ ଆତ୍ମସାତ ହୋଇଛି ତାହାର ସଠିକ ଆକଳନ କରାଯାଇନଥିବା ସୂଚନା ରହିଛି ।

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ଠକେଇ ଘଟଣା : ମିଳୁଛି ପ୍ରମାଣ, ହଟୁନି ପରଦା

ସେପଟେ ତଦନ୍ତ ଆଳ ଦେଖାଇ ଏହି ଘଟଣାରେ ସମ୍ପୃକ୍ତି ଥିବା କର୍ମଚାରୀଙ୍କୁ ଖସାଇବାକୁ ବ୍ୟାଙ୍କର ବଡ଼ ବାବୁ ମାନେ କରୁନାହାନ୍ତି ତ ଯୋଜନା ? ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସେହିପରି ଶୀଘ୍ର ତଦନ୍ତ ସାରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ଜମାକାରୀଙ୍କ ଟଙ୍କା ଫେରସ୍ତ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକ ଏବଂ ଏହି ଘଟଣାକୁ ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ତଦନ୍ତ କରାଇବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲୋକଙ୍କ ଜମା ଅର୍ଥ ହେରଫେର ଘଟଣା: ତଦନ୍ତ ଆରମ୍ଭ କଲା ୩ ଜଣିଆ କମିଟି

ଅନ୍ୟପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଥିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details