ଖୋର୍ଦ୍ଧା : ଖୋର୍ଦ୍ଧାରୁ ଜବତ ହେଲା 125 ଲିଟର ମଦ । ବୁଧବାର ଟାଙ୍ଗି ପୋଲିସର ଏକ ସ୍ବତନ୍ତ୍ର ଟିମ୍ କୁହୁଡି ଅଞ୍ଚଳରେ ଚଢ଼ାଉ କରି 125ଲିଟର ମଦ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି ।
ତେବେ ଖୋର୍ଦ୍ଧା ଜିଲ୍ଲାକୁ ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ ଖୋର୍ଦ୍ଧା କ୍ଲିନ ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଏସପି । ସେଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିଶା ବେପାରୀଙ୍କୁ ଗିରଫ କରାଯାଉଛି ।