ଖୋର୍ଦ୍ଧା: ପାଞ୍ଚବର୍ଷରେ ଥରେ ଆସେ ନିର୍ବାଚନୀ ପର୍ବ । ମତ ସାବ୍ୟସ୍ତ ପାଇଁ ଚାହିଁ ବସିଥାଏ ଭୋଟର । ମାତ୍ର ଚଳିତ ପଞ୍ଚାୟତ ନିର୍ବାଚନରେ କେତେକ ଭୋଟରଙ୍କ ତାଲିକା କଟି ଯାଇଥିବାରୁ କ୍ଷୋଭ ବ୍ୟକ୍ତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବଡକୁମ୍ଭାର ପଞ୍ଚାୟତର ୱାର୍ଡ ନମ୍ବର 22 ର ମତଦାତା ।
ଭୋଟର ଲିଷ୍ଟରୁ ବାଦ ପଡିଲେ ଗୋଟିଏ ୱାର୍ଡର 117 ଭୋଟର - ଭୋଟର ଲିଷ୍ଟେର ନାହିଁ ଭୋଟରଙ୍କ ନାଁ ଖୋର୍ଦ୍ଧା
ଭୋଟର ଲିଷ୍ଟରୁ ବାଦ ପଡିଲେ ଦୁଇ-ଦୁଇ ଥର ମତଦାନ କରିଥିବା ୧୧୭ ଜଣ ଭୋଟର । ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ପାଇଁ ଦେଲେ ଚେତାବନୀ । ଅଧିକ ପଢନ୍ତୁ
ଏହି ୱାର୍ଡର 117 ଜଣ ଭୋଟରଙ୍କ ନାଁ ଭୋଟର ଲିଷ୍ଟରେ ଆସିନଥିବା ଅଭିଯୋଗ ହୋଇଛି । 2017 ପଞ୍ଚାୟତ ନିର୍ବାଚନ ଏବଂ 2019 ବିଧାନସଭା ନିର୍ବାଚନରେ ମତ ସାବ୍ୟସ୍ତ କରିଥିବା ଭୋଟରଙ୍କ ନାମ କିପରି ଚଳିତ ନିର୍ବାଚନରୁ ହଟାଇ ଦିଆଗଲା ସେ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ୱାର୍ଡବାସୀ । ତେତେ ସବୁଠୁ ବଡ କଥା ହେଉଛି କି, ଗତଥର ୱାର୍ଡ ସଭ୍ୟ ହୋଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଭୋଟର ତାଲିକାରୁ ବାଦ ପଡିଛି ।
ସେହିପରି ୱାର୍ଡ ନମ୍ବର 21 ର ପାଖାପାଖି 90 ଜଣ ଭୋଟରଙ୍କ ନାମ 22 ନମ୍ବର ୱାର୍ଡରେ ରହିଛି । ତେବେ ଏହା ରାଜନୈତିକ ଚଞ୍ଚକତା କି ପ୍ରଶାସନିକ ଭୁଲ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ସେପଟେ ନିଜର ହକ ତଥା ମତାଧିକାର ସାବ୍ୟସ୍ତ ପାଇଁ ଉଚ୍ଚ ନ୍ୟାୟଳୟ ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀଚନ୍ଦନପୁର ଗ୍ରାମବାସୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ