ଖୋର୍ଦ୍ଧା: ଲକଡାଉନର ସୁଯୋଗ ନେଇ ସକ୍ରିୟ ଗୋ ଚାଲାଣକାରୀଙ୍କୁ ଧରିଛି ନାଚୁଣି ଫାଣ୍ଡି ପୋଲିସ । ଗ୍ରାମାଞ୍ଚଳରୁ ମଇଁଷି ଚୋରାଚାଲାଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଥାନା ଓ ଫାଣ୍ଡି ଅଧିକାରୀଙ୍କୁ ନେଇ ଏକ ଟିମ୍ ଭୁଷଣ୍ଡପୁରଠାରୁ ଟାଙ୍ଗୀ, କୁହୁଡ଼ି ତଥା ନାଚୁଣୀର ବିଭିନ୍ନ ଅଞ୍ଚଳ ସଂଲଗ୍ନ ୧୬ ନଂ ଜାତୀୟ ରାଜପଥ ବ୍ଲକିଂ କରିଥିଲେ ।
ସୂଚନାରୁ ପ୍ରକାଶ ଯେ, ୨ଟି ମିନି ଟ୍ରକରେ ମଇଁଷି ଚୋରା ଚାଲାଣ ହେଉଥିବା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଖବର ପାଇଥିଲେ । ପରେ ଖୋର୍ଦ୍ଧା ଏସପିଙ୍କ ପରାମର୍ଶ କ୍ରମେ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଛାପା ମାରି ନାଚୁଣୀଠାରେ ୨ଟି ଗାଡ଼ିରେ ୧୧ଟି ମଇଁଷି ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଜବତ ଦୁଇଟି ଗାଡ଼ିରେ ୧୧ ଟି ମଇଁଷିଙ୍କୁ ଉଦ୍ଧାର କରାଯାଇ ଜଟଣୀ ମଇଁଷି ଗୋଶାଳାକୁ ହସ୍ତାନ୍ତର କରାଯାଇଛି।