ଓଡିଶା

odisha

କାଜୁଜଙ୍ଗଲରୁ ହଜାରେ ଲିଟର ପୋଚ ଓ ୧୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

By

Published : Feb 4, 2021, 2:12 PM IST

ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ କାଜୁ ଜଙ୍ଗଲରୁ ୧ ହଜାର ଲିଟର ପୋଚ ଓ ୧୦ ଲିଟର ଦେଶୀ ମଦ ଜବତ ସହ ଜଣେ ଗିରଫ । ଅଧିକ ପଢନ୍ତୁ...

୧ ହଜାର ଲିଟର ପୋଚ ଓ ୧୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
୧ ହଜାର ଲିଟର ପୋଚ ଓ ୧୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ଖୋର୍ଦ୍ଧା:ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ କାଜୁ ଜଙ୍ଗଲରୁ ୧ ହଜାର ଲିଟର ପୋଚ ଓ ୧୦ ଲି ଦେଶୀ ମଦ ଜବତ ସହ ଜଣେ ଗିରଫ । ପ୍ରାପ୍ତ ସୂଚନା ଅନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ପଞ୍ଚାୟତର ଏକଡାଳିଆ କାଜୁ ଜଙ୍ଗଲରେ ଦେଶୀ ମଦର ବହୁଳ କାରବାର ଚାଲିଥିଲା।

ସେହି ଗାଁର କାମଦେବ ନାୟକ ଵେଧଡକ ଦେଶୀ ମଦ ପ୍ରସ୍ତୁତ କରି ଓ ବିକ୍ରି କରୁଥିବା ଖବର ପାଇବା ପରେ ବେଗୁନିଆ ପୋଲିସ ପକ୍ଷରୁ ଚଢଉ କରାଯାଇଥିଲା । ଚଢାଉ ସମୟରେ ୧୦୦୦ ଲି ପୋଚ ଓ ୧୦ ଲି ଦେଶୀ ମଦ ମିଳିଥିଲା। ପୋଲିସ୍ ପୋଚକୁ ନଷ୍ଟ କରିବା ସହ କାମଦେବ ନାୟକଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details