ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବଣଭୋଜି ଋତୁ ଆରମ୍ଭ ହୋଇଛି । ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ସ୍ୱେଚ୍ଛାସେବୀ ସଂଗଠନ ୟୁଥ ଫର ୱାଟର ସହଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଣ ଭୋଜୀସ୍ଥଳକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୮ଟି ଜିଲ୍ଲାର ୧୦୦ଟି ବଣଭୋଜୀ ସ୍ଥଳକୁ ଚିହ୍ନଟ କରାଯାଇଛି । ଏହି ଅଭିଯାନ ବଳରେ ବଣଭୋଜୀସ୍ଥଳରେ ଲୋକଙ୍କୁ ସଚେତନତା କରାଯିବ । ସ୍ଥାନୀୟ ସ୍ୱେଚ୍ଛାସେବୀ, ଇକୋ କ୍ଲବ, ଏସଏଚଜି, ଡିଇଏସ ଏବଂ ପଞ୍ଚାୟତ ଗୁଡ଼ିକ ସହଯୋଗ କରିବେ ।
ଅନୁଗୁଳ ଜିଲ୍ଲାର କେତକୀଝରଣ, ତାଳଚେର ବେଉଳାଝର ମଠ, ଡେରଜାଙ୍ଗ ଡ୍ୟାମ ଓ ବେଳପୁଞ୍ଜି ମଠକୁ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ସ୍ଥଳରେ ସାମିଲ କରାଯାଇଛି । ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ରିସିଆ, ଚାନ୍ଦିପୁର, ବରଗଡ଼ ଜିଲ୍ଲାର ନରସିଂହନାଥ ମନ୍ଦିର, ପଥରସେନୀ ମନ୍ଦିର, ତୁରୁଙ୍ଗାସ୍ଥିତ ବୈଷ୍ଣୋଦେବୀ ମନ୍ଦିର, ଭଦ୍ରକ ଜିଲ୍ଲାର ଇରମ, ଗୋହିରାଟିକିରି, ଆଦମପୁର, ବଲାଙ୍ଗୀର ଜିଲ୍ଲାର ଭୀମ ଡୁଙ୍ଗୁରୀ ଇକୋ ଟୁରିଜିମ, କୁମୁଡ଼ାପାହାଡ଼, ଗାଈଖାଇ ଇକୋଟୋରିଜିମ, ବୌଦ୍ଧ ଜିଲ୍ଲାର ରାମଗଡ଼, ବଲାସିଂହା, କୁଲାରୀକୁଡ଼, କଟକ ଜିଲ୍ଲାର ସରଣ୍ଡା ହିଲଟପ, ଅଂଶୁପା ଦେଓଝର, ଚଣ୍ଡୀଖୋଳ ଓଳାଶୁଣୀ, ସୁକିନ୍ଦା ଧଳଟନଗଡ଼, ଦେବଗଡ଼ ଜିଲ୍ଲାର ପ୍ରଧାନପାଟ ଜଳପ୍ରପାତ, ଦେବଝରଣ ଜଳପ୍ରପାତ, ଗୁଗୁଡ଼ା ଜଳପ୍ରପାତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଯୋଜନା କରାଯାଇଛି ।
ସେହିପରି ଢେଙ୍କାନାଳ ଜିଲ୍ଲାରସାପୁଆ, ସପ୍ତଶଯ୍ୟା ଓ ଦଣ୍ଡାଧାର, ଗଜପତି ଜିଲ୍ଲାର ଗଣ୍ଡାହାତୀ ଜଳପ୍ରପାତ, ମହେନ୍ଦ୍ର ଗିରି ପାହାଡ଼, ତପ୍ତପାଣି, ଗଂଜାମ ଜିଲ୍ଲାର ଘୋଡ଼ାହାଡ ଇକୋଟୋରିଜିମ, ସୋନପୁର ବେଳାଭୂମି ଅଞ୍ଚଳ, ନାରାୟଣୀ ମନ୍ଦିର, ବୁଢାଖୋଳ, ବ୍ଲାକବୁକ ନେଚର କ୍ୟାମ୍ପ, ଝାରସୁଗୁଡ଼ାର ରାମ୍ପାଲୁଗା ହୀରାକୁଦ ଜଳଭଣ୍ଡାର ଅଞ୍ଚଳ, କୋଇଲିଘୁଗାର ଜଳପ୍ରପାତ, ଇକୋ-ପାର୍କ ମାଳିମୁଣ୍ଡା, କଳାହାଣ୍ଡି ଜିଲ୍ଲାର ହେଲୋ ପଏଣ୍ଟ, ରାବଣାଧାର, ସୋସପଡାର, ମାଣିକେରା, କନ୍ଧମାଳ ଜିଲ୍ଲାର ପୋକଡ଼ାଝର, ନେଚର ପାର୍କ, ମେଦୁବନ୍ଧ ଜଳପ୍ରପାତ, ଲୁଡୁ ଜଳପ୍ରପାତ, କେନ୍ଦ୍ରାପଡ଼ା ଜିଲାର ସିଆଳି ବେଳାଭୂମି, କେନ୍ଦୁଝର ଜିଲ୍ଲାର ବଡ଼ଘାଗରା ଜଳପ୍ରପାତ, ସାନଘାଗରା ଜଳପ୍ରପାତ, ଖଣ୍ଡାଧାର ଜଳପ୍ରପାତ ରହିଛି ।
ଏହା ମଧ୍ୟ ପଢନ୍ତୁ....ପ୍ରହସନ ପାଲଟିଛି ନିଯୁକ୍ତି ମେଳା, କେନ୍ଦୁଝରରେ ଶହ ଶହ ଆଶାୟୀ ନିରାଶ