ଖୋର୍ଦ୍ଧା: ଜିଲ୍ଲାରେ ପୁଣି କଳା ପଲସର ଆତଙ୍କ । ଦିନ ଦ୍ବିପହରେ ବନ୍ଧୁକ ମୁନରେ ଲୁଟେରା ଲୁଟି ନେଲେ ୧ ଲକ୍ଷ ୪୬ ହଜାର ଟଙ୍କା । ସୂଚନା ଅନୁଯାୟୀ ଆଜି କଢାମଲ ଗ୍ରାମର ଜିତେନ୍ଦ୍ର କୁମାର ଗୁରୁ ବାଘମାରି ଏଟିଏମରୁ ଟଙ୍କା ଉଠାଇ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ସିମୋର ନିକଟରେ କୌଣସି କାରଣରୁ ଗାଡି ଅଟକାଇଥିଲେ।
ପୁଣି କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା - ଲୁଟ
ଦିନ ଦ୍ବିପହରେ ବନ୍ଧୁକ ମୁନରେ ଲୁଟେରା ଲୁଟି ନେଲେ ୧ ଲକ୍ଷ ୪୬ ହଜାର ଟଙ୍କା । ଅଧିକ ପଢନ୍ତୁ..
ବନ୍ଧୁ ଦେଖାଇ ଯୁବକଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
ବନ୍ଧୁ ଦେଖାଇ ଯୁବକଙ୍କଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା
ଏହି ସମୟରେ ପଛରୁ ଦୁଇଜଣ ଯୁବକ ଏକ କଳା ପଲସରରେ ଆସି ଜିତେନ୍ଦ୍ରକୁ ବନ୍ଧୁକ ଦେଖାଇ ତାଙ୍କ ନିକଟରେ ଥିବା ୧ ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଯୁବକ ଜଣଙ୍କ ବାଘମାରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ